ସ୍ବାମୀଙ୍କ ଚିକିତ୍ସା ଓ ପରିବାର ପୋଷିବା ନେଇ ସହାୟତା ପାଇଁ ଆକୁଳ ନିଦେବନ କଲେ ଅସହାୟ ମହିଳା

Advertisment
ସ୍ବାମୀଙ୍କ ଚିକିତ୍ସା ଓ ପରିବାର ପୋଷିବା ନେଇ ସହାୟତା ପାଇଁ ଆକୁଳ ନିଦେବନ କଲେ ଅସହାୟ ମହିଳା

Sambad

ଭଦ୍ରକ: ସ୍ବାମୀ ମୋର ପାଗଳା। ଘରେ ତିନୋଟି ଛୋଟ ଛୋଟ ପିଲା। ରୋଜଗାର କହିଲେ କିଛି ନାହିଁ। ମାଗି ଯାଚି ପରିବାର ଚଳୁଥିଲା ହେଲେ ମୋତେ ୬ ମାସ ହେଲା କ୍ୟାନସର। ଏବେ ପୁରା ପରିବାର ଅନ୍ଧକାର ଭିତରେ। ଟଙ୍କା ନାହିଁ ବୋଲି ଠିକ ସେ ଚିକିତ୍ସା ହୋଇ ପାରୁ ନାହିଁ ବଞ୍ଚିବି କେମିତି। ମୋର ପିଲାଙ୍କର କଣ ହେବ। ଦୟାକରି ମୋତେ ସାହାର୍ଯ୍ୟ କରନ୍ତୁ। ଆଜିର ସମାଜରେ ଏମିତି ଏକ କରୁଣ କାହାଣୀ ଯାହା ଆପଣ ଆଖିରୁ ଝରାଇ ଦେବ ଲୁହ। ଅତ୍ୟନ୍ତ ଗରିବ ଓ ଅସହାୟ ସୁମତି ମହାରଣାର ଦୁଃଖ। ୪୦ ବର୍ଷୀୟ ସୁମତି ମହାରଣାଙ୍କ ଘର ଭଦ୍ରକ ବ୍ଲକ ପରସିଙ୍ଗା ପଞ୍ଚାୟତ ପଥରଆଡ଼ି ଗ୍ରାମରେ। ପାଗଳ ସ୍ବାମୀଙ୍କ ସହ ତିନୋଟି ପିଲାଙ୍କୁ ନେଇ ଗରିବ ସୁମତିଙ୍କ ପରିବାର। ଘରେ କିଛି ହାଣ୍ଡି କଢା, ଭଙ୍ଗା ଟିଣ ବାକ୍ସ ଛଡ଼ା କିଛି ନାହିଁ।

publive-image Sambad

ଅତି କଷ୍ଟରେ ପରିବାର ଚଳାଉଥିଲେ ସୁମତି ହେଲେ ଗତ ୬ମାସ ହେବ କର୍କଟ ରୋଗରେ ପିଡ଼ିତ ସେ। ଗାଁ ଲୋକ ସାହି ପଡ଼ିଶା ଠାରୁ ମାଗି ଯାଚି କିଛି ଚିକିତ୍ସା କରିଛନ୍ତି। ହେଲେ ଯେତେବେଳେ ପେଟକୁ ୩ ଓଳି ଖାଇବାକୁ ନାହିଁ ସେଠି କେମିତି ବା ଚିକତ୍ସା କରନ୍ତେ, ତେଣୁ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ସୁମତି। ଗୋଟେପଟେ ପରିବାରର ଦୁଃଖ ଅନ୍ୟପଟେ ରୋଗ ଯନ୍ତ୍ରଣା ଏହାରି ଭିତରେ ସହାୟତାକୁ ଅନାଇ ରହିଛନ୍ତି ଗରିବ ସୁମତି। ସହାୟତାର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି ସୁମତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe