ସମନ୍ବୀତ କ୍ରୀଡ଼ା ପରିସରରେ ଏପ୍ରି ୧୦ରୁ ହେବ ସମର କୋଚିଂ କ୍ୟାମ୍ପ

Advertisment
ସମନ୍ବୀତ କ୍ରୀଡ଼ା ପରିସରରେ ଏପ୍ରି ୧୦ରୁ ହେବ ସମର କୋଚିଂ କ୍ୟାମ୍ପ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଠାରେ ବହୁ ପ୍ରତିକ୍ଷୀତ ରାଜ୍ୟ ସରକାରଙ୍କ  କ୍ରୀଡ଼ା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ଜୟପୁର ଫୁଲବାଡ଼ ଠାରେ ଥିବା ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସକୁ  ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଠାରୁ ଅନଲାଇନ ମାଧ୍ୟମରେ ଭର୍ଚୁଆଲରେ  ଗତ ପେବ୍ରୁଆରି ୨୭ତାରିଖ ଉଦଘାଟନ କରିଥିଲେ। ଲୋକାର୍ପଣ ପର ଠାରୁ ଏହି କଂମ୍ପ୍ଲେକ୍ସର ସମ୍ମୁଖ ଗେଟରେ ତାଲା ଝୁଲୁଥିଲା।

ତେବେ ତାହା ଆସନ୍ତା ୧୦ତାରିଖରୁ ସମର କୋଚିଂ କ୍ୟାମ୍ପରୁ ଆରମ୍ଭ ହେ‌ବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀ କହିଛନ୍ତି। ଏଠାରେ ଆସନ୍ତା ଏପ୍ରିଲ ୧୦ରୁ ଜୁନ ୩୧ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୁଇମିଂ ଓ ଜିମ୍ନାସିୟମର କୋଚିଂ ଦିଆଯିବ। ଏହି କଂମ୍ପ୍ଲେକ୍ସରେ ଖେଳିବା ପାଇଁ ବା ଅଭ୍ୟାସ୍ କରିବା ପାଇଁ ଶୁଳ୍କ ରହିଛି। ତେବେ ରାଜ୍ୟସରକାର ଆସନ୍ତା ୩ମାସ ପାଇଁ ଛାଡ଼ କରିଛନ୍ତି। କୋଚିଂ ଓ ସ୍ପୋଟିଂ କମ୍ପ୍ଲେକ୍ସରେ ଖେଳ ଅଭ୍ୟାସ କରିବା ପାଇଁ ଦିଆଯାଇଥିବା ବାରକୋଡ ଜରିଆରେ ପଂଜୀକରଣ କରିବାକୁ ଜିଲ୍ଲା କ୍ରୀଡା ଅଧିକାରୀ ଅନୁରୋଧ କରିଛନ୍ତି। ଆଉ ଦୁଇରୁ ତିନି ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ଏଭଳି କଂମ୍ପ୍ଲେକ୍ସରେ ପ୍ରଶିକ୍ଷଣ ଦେବା ପାଇଁ ନେଇଥିବା ବିଭିନ୍ନ ‌ଘରୋଇ ସଂସ୍ଥା ସେମାନଙ୍କର ପ୍ରଶିକ୍ଷକଙ୍କୁ ଧୀରେଧୀରେ ପଠାଇବା ଆରମ୍ଭ କରିବେ ବୋଲି କହିଛନ୍ତି ଜିଲ୍ଳା କ୍ରୀଡ଼ା ଅଧିକାରୀ। ପ୍ରଥମ ପର୍ଯ୍ୟାୟରେ ସୁଇମିଂ ଓ ଜିମ୍ନାସିୟମର କୋଚ ମାନେ ପହଚିଂବେ ବୋଲି କହିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ।

କୋରାପୁଟ ଜିଲ୍ଲାର କ୍ରୀଡାବିତ୍‌ମାନଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୁମି, ବୈଷୟିକ ପ୍ରଣାଳୀ ସହ ଉନ୍ନତମାନର ତାଲିମ ଦେବା ଲକ୍ଷ୍ୟରେ ୨୦୧୯ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା।୪୬ କୋଟି ଟଙ୍କା ବ୍ୟୟରେ  ନିର୍ମାଣ କରାଯାଇଛି ସ୍ପୋଟର୍ସ  କମ୍ପ୍ଲେକ୍ସ। ଏହି ସ୍ପୋର୍ଟସ କଂମ୍ପ୍ଲେକ୍ସ ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର କ୍ରୀଡାର ବିକାଶ ହେବା ସହ ବାଳକ, ବାଳିକା, ଯୁବକ ଓ ଯୁବତୀମାନେ କ୍ରୀଡା ପ୍ରଶିକ୍ଷଣ ଗ୍ରହଣ କରିବା ସହିତ ଜିଲ୍ଲା, ରାଜ୍ୟ ଓ ଦେଶରେ ବିଭିନ୍ନ କ୍ରୀଡା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡା ପାଇଁ ଚୟନ ହୋଇପାରିବାରେ ସଫଳ ହେବେ। ଏଥିରେ ମୁଖ୍ୟତଃ ଅନ୍ତର୍ଜାତୀୟ ସ୍ତରର କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥାରେ ଭୁବନେଶ୍ବର ପରେ ରାଜ୍ୟର ଦ୍ବିତୀୟତମ  ଜିମନାଷ୍ଟିକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଛି  । ସେହପରି ଗୋଟିଏ ବାସ୍କେଟବଲ, ୨ଟି ଟେନିସ, ଗୋଟିଏ ଫୁଟବଲ ପଡିଆ ରହିଛି। ଅଥେଲିଟକ୍ ପାଇଁ ଅନ୍ତର୍ଜାତୀୟ ସ୍ତର ଦୌଡକୁଦ ସିନ୍ଥେଟିକ୍ ଟ୍ରାକ, ହାଇ ଜମ୍ପ, ଲଙ୍ଗ ଜମ୍ପ, ସଟଫୁଟ, ଡିସକୋସ, ଜେଭେଲିନ, ଜାଭେଲିନ, ଲୁହା ଚେନବଲ୍ ପଡିଆ ନିର୍ମାଣ ହୋଇଛି। ସେହିପରି ଅର୍ନ୍ତର୍ଜାତୀୟ ସ୍ତରର ଜର୍ମାନ ବୈଷୟିକ ଜ୍ଞାନରେ ସନ୍ତରଣ ପୁଲ ନିର୍ମାଣ କରାଯାଇଛି । ଏଥିରେ ଏକା ସଙ୍ଗରେ ୧୦ ଜଣ ଖେଳାଳି ଭାଗ ନେଇ ପାରିବେ।  ସମୁଦାୟ  ୨୦୦ରୁ ୩୦୦ ଜଣ ଖେଳାଳି ରାତ୍ରୀକାଳୀନ ରହିବା, ବିଶ୍ରାମ ନେବା ଏବଂ ରୋଷେଇ ପ୍ରସ୍ତୁତ ପାଇଁ  ଗୃହର ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe