କେନ୍ଦ୍ରାପଡ଼ା: ବରଯାତ୍ରୀ ଗାଡ଼ି ଧକ୍କାରେ ଅଟୋ ଦୁର୍ଘଟଣାଗ୍ରସ୍ତ, ପୁଅ ମୃତ, ବାପା କଟକ ସ୍ଥାନାନ୍ତର

Advertisment
କେନ୍ଦ୍ରାପଡ଼ା: ବରଯାତ୍ରୀ ଗାଡ଼ି ଧକ୍କାରେ ଅଟୋ ଦୁର୍ଘଟଣାଗ୍ରସ୍ତ, ପୁଅ ମୃତ, ବାପା କଟକ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: ଦ୍ରୁତଗାମୀ ବରଯାତ୍ରୀ ଗାଡ଼ି ଶୁକ୍ରବାର ଏକ ଅଟୋକୁ ଶକ୍ତ ଧକ୍କା ଦେବାରୁ ଘଟଣାସ୍ଥଳରେ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାଙ୍କୁ ହସ୍ପିଟାଲ ପଠାଯାଇଛି। ରିପୋର୍ଟ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ଠାରୁ ମାର୍ଶାାଘାଇ ରାଜପଥର ବାଲଣାଗଡା ଛକ ନିକଟରେ ବରଯାତ୍ରୀ ଗାଡ଼ି ସ୍କର୍ପିଓ ଧକ୍କା ଦେବାରୁ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାର୍ଶାଘାଇରୁ ଅଟୋରେ ଦିପକ ମହାପାତ୍ର ଓ ତାଙ୍କର ପୁଅ ସାଈ ମହାପାତ୍ରଙ୍କ ସହିତ ମଙ୍ଗଳପୁର ଯାଉଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସାଈଙ୍କର ମୃତ୍ୟୁ ଘଟିଥିବା ବେଳେ ଦିପକଙ୍କୁ ଗୁରୁତର ଭାବରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

publive-image

ସ୍ଥାନୀୟ ଲୋକଙ୍କ ଠାରୁ ମାର୍ଶାଘାଇ ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଂଚିଛି। ଗୁରୁତର ଭାବରେ ଆହତ ଦିପକଙ୍କୁ ପୁଲିସ ଉଦ୍ଧାର କରି କଟକ ବଡ଼ମେଡିକାଲ ସ୍ଥାନାନ୍ତର କରିଥିବା ବେଳେ ମୃତଦେହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଛି। ପୁଲିସ କହିଛି, ଦୁର୍ଘଟଣାଗ୍ରସ୍ତ ଅଟୋ ଓ ଦୁର୍ଘଟଣା କରିଥିବା ସ୍କର୍ପିଓକୁ ଜବତ କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe