National Oceanic and Atmospheric Administration
ବରଗଡ଼: ବରଗଡ଼ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିଛି। ଇତିମଧ୍ୟରେ ଗ୍ରୀଷ୍ମର ପ୍ରକୋପ ସହି ନପାରି ଗୋଟିଏ ପରିବାରର ମା’ ପୁଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ ଅଂଶୁଘାତଜନିତ ଅସୁସ୍ଥତା କାରଣରୁ ସୋହେଲା ବ୍ଲକ୍ ଝରେଇ ଗାଁର ବୃଦ୍ଧା ଜାମା ବରିହାଙ୍କ ଶନିବାର ମୃତ୍ୟୁ ଘଟିଥିଲା।
ରବିବାର ତାଙ୍କ ପୁଅ ରବୀନ୍ଦ୍ରଙ୍କ ମଧ୍ୟ ଗ୍ରୀଷ୍ମର ପ୍ରକୋପ ସହି ନପାରି ମୃତ୍ୟୁ ଘଟିଥିଲା। ରବୀନ୍ଦ୍ରଙ୍କ ପତ୍ନୀଙ୍କ ପୂର୍ବରୁ ପରଲୋକ ହୋଇଥିବାରୁ ଏବେ ତାଙ୍କର ପୁଅ ପୁରନ୍ ସଂପୂର୍ଣ୍ଣ ଏକାକୀ ହୋଇଯାଇଛନ୍ତି। ଦୁଇଟି ଅଂଶୁଘାତଜନିତ ମୃତ୍ୟୁ ପରେ ବି କୌଣସି ସରକାରୀ ଅଧିକାରୀ ମାମଲାର ତଦନ୍ତ ପାଇଁ ଆସିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Follow Us