ସୁନାବେଶରେ ଦର୍ଶନ ଦେଲେ ଦଧିବାମନ

Advertisment
ସୁନାବେଶରେ ଦର୍ଶନ ଦେଲେ ଦଧିବାମନ

ଭଟଲି: ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିରରେ ଗୁରୁବାର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଛି। ବର୍ଷସାରା ଅନୁଷ୍ଠିତ ପର୍ବପର୍ବାଣୀରେ ଦଧିବାମନ ମହାପ୍ରଭୁଙ୍କ ଏହି ସୁନାବେଶ ମୁଖ୍ୟ ଆକର୍ଷଣ ଅଟେ। ଏହି ଅବସରରେ ମନ୍ଦିରରେ ଆଜି ଦୈନିକ ପୂଜାନୀତି, ପହଡ଼ଭଙ୍ଗ, ଦ୍ୱାରଫିଟା ନୀତିଠାରୁ ଆରମ୍ଭ ହୋଇ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଦଧିବାମନଙ୍କୁ ସୁନାର ମୁକୁଟ, ଭୁଜ, ପଇତା, ଲଲାଟ ପାଟି, ମଥାମଣି, ବିଭିନ୍ନ ପ୍ରକାରର ଟିକିଲି ଓ ସୁନାଚିତାରେ ସୁସଜ୍ଜିତ କରାଯାଇଥିଲା।

ପରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆରତି ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଆଖପାଖ ଅଞ୍ଚଳର ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏହି ଅବସରରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe