Sambad
ଭଦ୍ରକ: ଏବେ ସବୁଠି ଖରା ତାତି। ଭଦ୍ରକ ଜିଲ୍ଲାରେ ତାତି ବି କମ୍ ନାହିଁ। ଗତ ୪ ଦିନ ହେଲା ପାରଦ ୪୦ ଡିଗ୍ରି ପାଖାପାଖି ରହିଛି। ତାତି ଏତେ ଅସହ୍ୟ ହେଉଛି ଯେ ସକଳ ୯ ଟା ବେଳକୁ ଦେହରୁ ଗମ୍ ଗମ୍ ହୋଇ ଝାଳ ନୋହିଯାଉଛି। ଦିନ ୧୧ ଟା ବେଳକୁ ଜନ ଗହଳିପୂର୍ଣ୍ଣ ଭଦ୍ରକ ସହର ହୋଇଯାଇଛି ଶୂନଶାନ। ବଜାର ହାଟକୁ ନିଜର କାମ ପାଇଁ ଆସୁଥିବା ଲୋକ ଖାର ତାତି ଦେଖି ଘରକୁ ପଳାଇ ଯାଉଛନ୍ତି। ରାସ୍ତା ଘାଟ ଦୋକାନ ବଜାର ସବୁ ଖାଁ ଖାଁ ଲାଗୁଛି। ଖରା ତାତି ପାଇଁ ଏବେ ଲସି ଦୋକାନ। ପଇଡ଼ ବଳର ବେପାର ଜମୁଛି। ଜାଲ ଛାତ୍ର ନିକଟରେ ଲୋକଙ୍କର ଭିଡ଼ ଲାଗୁଛି।
ଭଦ୍ରକରେ ଏଥର ଏଭଳି ଖରା ତାତିକୁ ନେଇ ଯେତିକି ଜଲଛତ୍ର ପୌର ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଖୋଲା ଯିବା କଥା ତାହା ଖୋଲା ଯାଇ ପାରି ନାହିଁ। ଖରା ତାତି ପାଇଁ ଶ୍ରମିକମାନେ ଦିନ ୧୧ଟା ପରେ କାମ କରିପାରୁ ନାହାନ୍ତି। ଖରା ତାତି ପାଇଁ ବୁଲା ଗୋରୁ ଗାଈ ମାନଙ୍କୁ ମଧ୍ୟ ବେଶ ବାଧୁଛି। ସେମାନେ ୧୧ଟା ବେଳକୁ ଫେରି ଯାଇଛନ୍ତି। ଏଭଳି ଗୁଳୁ ଗୁଳି ଲାଗି ରହିଲେ ଲୋମାନେ ଅଂଶୁଘାତରେ ଶିକାର ହେବେ ବୋଲି ଆଶଙ୍କା କରାଯାଉଛି। ପ୍ରବଳ ଖରା ରାତିରେ ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସତର୍କ କରାଯାଇଛି।
Follow Us