ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସୁନ୍ଦରଗଡର ଅଲିମ୍ପିକ୍ସ ହକି ତାରକା ସମ୍ବର୍ଦ୍ଧିତ

Advertisment
ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସୁନ୍ଦରଗଡର ଅଲିମ୍ପିକ୍ସ ହକି ତାରକା ସମ୍ବର୍ଦ୍ଧିତ

ରାଉରକେଲା: ସେଲ୍‌ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓଡିଶାର ଅଲିମ୍ପିକ୍ସ ହକି ତାରକା ଏବଂ ସେମାନଙ୍କ କୋଚ୍‌ ମାନଙ୍କୁ ସେପ୍ଟେଟର ୪ ତାରିଖରେ ଡ଼ିଆଇସିଙ୍କ ସମ୍ମିଳନୀ କକ୍ଷ ‘ମନ୍ଥନ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛି। ଉତ୍ସବରେ ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏ.କେ କୁଣ୍ଡୁ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ. ଆର. ସୂର୍ଯ୍ୟବଂଶୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏକେ ପ୍ରଧାନ ଏବଂ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପିକେ ଶତପଥୀ, ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଉପ ଅଧିନାୟକ ତଥା ଆର୍‌ଏସ୍‌ପିର ସେଲ ହକି ଏକାଡେମୀର ତାରକା ପୁରାତନ କ୍ୟାଡେଟ, ବୀରେନ୍ଦ୍ର ଲାକ୍ରା ତଥା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ସୁନ୍ଦରଗଡର ଅନ୍ୟ ତାରକା ହକି ଖେଳାଳି ଦୀପ ଗ୍ରେସ୍‌ ଏକ୍କା ଏବଂ ନାମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

publive-image

ଏହି ସମାରୋହରେ ସାମଗ୍ରୀ ପ୍ରବନ୍ଧନ ଓ ମାର୍କେଟିଂଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ସିଆର ମହାପାତ୍ର, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗର ଭାରପ୍ରାପ୍ତ ସିଏମଓ, ଡକ୍ଟର ବିକେହୋତା ଏବଂ ବିତ୍ତ ଓ ଲେଖା ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣ ନିଗମ ମଧ୍ୟ ସେଲ୍‌ ହକି ଏକାଡେମୀର ବିଶିଷ୍ଟ କୋଚ୍‌ ପିଟର ତିର୍କି ଏବଂ ରାଜୁ କାନ୍ତ ସାଇନି, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ଅନ୍ୟତମ ତାରକା ଖେଳାଳି, ଅମିତ ରୋହିଦାସଙ୍କ ପ୍ରଶିକ୍ଷକ ବିଜୟ ଲାକ୍ରା ଏବଂ ଦୀପ ଗ୍ରେସ୍‌ ଏକ୍କାଙ୍କ କୋଚ୍‌ ତେଜ କୁମାର ଖେସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କୁ ଉପହାର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ବହୁ ମୁଖ୍ୟ ମହାପ୍ରବନ୍ଧକ ତଥା ଖେଳାଳିଙ୍କ ପରିଜନ ଓ ପରିବାର ସଦସ୍ୟ ଉପସ୍ଥିତ ଥିବାବେଳେ ବହୁ ସଂଖ୍ୟାରେ ବରିଷ୍ଠ ଅଧିକାରୀ ଏବଂ ଇସ୍ପାତ କାରଖାନାର କର୍ମଚାରୀମାନେ ଏହି ଉତ୍ସବରେ ଅନଲାଇନରେ ଯୋଗ ଦେଇଥିଲେ।

publive-image

ପ୍ରାରମ୍ଭରେ ବୋକାରୋ ଇସ୍ପାତ କାରଖାନା ଓ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶଙ୍କ ଏକ ଭିଡିଓ ବାର୍ତ୍ତା ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ଭାରପ୍ରାପ୍ତ ନିର୍ଦ୍ଦେଶକ ବିଶିଷ୍ଟ କ୍ରୀଡାବିତମାନଙ୍କ ସଫଳତାର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ଦେଶ ପାଇଁ ଅଧିକ ଗୌରବ ଆଣିବା ପାଇଁ କ୍ରୀଡା ଏବଂ ଖେଳ କାର୍ଯ୍ୟଧାରାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

publive-image

ଖେଳାଳିମାନେ ଟୋକିଓ ଅଲିମ୍ପିକ୍ସର ସେମାନଙ୍କର ସୁଖଦ ସ୍ମରଣୀୟ ଅନୁଭୂତି ବାଣ୍ଟିଥିଲେ। ସେମାନେ ମଧ୍ୟ ସ୍ୱୀକୃତି ପାଇଁ ସେଲ ପ୍ରବନ୍ଧନକୁ ଧନ୍ୟବାଦ ଜଣାଇଥିଲେ। ସମଗ୍ର ଦେଶରେ ବହୁସଂଖ୍ୟାରେ ପ୍ରଶଂସକ ଥିବା ଏହି ଖେଳାଳି ମାନେ ଉତ୍ସବରେ ଉପସ୍ଥିତ ଥିବା ଲୋକଙ୍କ ଦ୍ୱାରା ପଚରାଯାଇଥିବା ଅନେକ କୌତୁହଳପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଥିଲେ। ପ୍ରୋଟୋକଲ, ହସ୍ପିଟାଲିଟି ଓ ସମାଜ ମଙ୍ଗଳ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ, ବିକେ ରାଉତ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଲୋକସମ୍ପର୍କ ବିଭାଗର ଉପମହାପ୍ରବନ୍ଧକ ତଥା ସଞ୍ଚାରମୁଖ୍ୟ ଅର୍ଚ୍ଚନା ଶତପଥୀ ଉତ୍ସବ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe