ରାଜ୍ୟ ‘ସୁରଭି’ରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ପ୍ରକଳ୍ପ

Advertisment
ରାଜ୍ୟ ‘ସୁରଭି’ରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ପ୍ରକଳ୍ପ

ସୁନ୍ଦରଗଡ଼: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ଶିଶୁ ବିଜ୍ଞାନୀ ଓମ ପରିଡ଼ାଙ୍କ ବିଜ୍ଞାନ ପ୍ରକଳ୍ପ ସମ୍ମାହନିତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଶ୍ରେଷ୍ଠ ୧୦ ବିଜ୍ଞାନୀ ପ୍ରକଳ୍ପ ମଧ୍ୟରେ ଶିକ୍ଷକ ଅଶୋକ ପରିଡ଼ାଙ୍କ ତତ୍ତ୍ବାବଧାନରେ ପ୍ରସ୍ତୁତ ଏହି ପ୍ରକଳ୍ପ ସ୍ଥାନ ପାଇଥିଲା। ୧୪ରୁ ୧୬ ତାରିଖ ମଧ୍ୟରେ ଭୁବନେଶ୍ବର ୟୁନିଟ- ୯ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନିତ ଶ୍ରୀ ପରିଡ଼ାଙ୍କ ପ୍ରକଳ୍ପକୁ ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ପ୍ରଶଂସା କରିଥିଲେ। ମହୋତ୍ସବେ୍ରେ ୩୦ଟି ଜିଲ୍ଲାରୁ ୨୫ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେହିପରି ବିଜ୍ଞାନ ପ୍ରକଳ୍ପରେ ଜାତୀୟ ଓ ପ୍ରେରଣାପ୍ରଦ ୧୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଡିଏସଇ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଦେଇ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe