ରାଉରକେଲାରେ ଡମ୍ପର ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

Advertisment
ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ରାଉରକେଲା : କେ. ବଲାଙ୍ଗ ଥାନା ଅନ୍ତର୍ଗତ  ରେଞ୍ଜରା ନିକଟରେ ଡମ୍ପର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଚିଣ୍ଟୁ ସିଂ। ତାଙ୍କୁ ୨୦ ବର୍ଷ ବୟସ। ଏହି ଦୁର୍ଘଟଣାରେ ଶିକ୍ଷୟତ୍ରୀ ପ୍ରତୀମା ଡୁଙ୍ଗଡୁଙ୍ଗ ଗୁରୁତର ଆହତ ହୋଇଛନ୍ତି । ସିଲକୁଟା ଗ୍ରାମର ଚିଣ୍ଟୁ ସିଂ ଏକ ମୋଟର ବାଇକରେ ସ୍କୁଲ୍ ଶିକ୍ଷୟିତ୍ରୀ, ପ୍ରତୀମା ଡୁଙ୍ଗଡୁଙ୍ଗଙ୍କ ସହିତ ବଣାଇରୁ ଘରକୁ ଫେରୁଥିଲେ। ରେଞ୍ଜରା ସାଇଡିଂ ପଟୁ ଦ୍ରୁତ ଗତିରେ ଏକ ଡମ୍ପର ଆସି ସୋୟେମ୍ବା ବାଳିକା ବିଦ୍ୟାଳୟ ନିକଟରେ ଧକ୍କା ଦେଇଥିଲା। ଫଳରେ ମୋଟର ବାଇକ ଚାଳକ ଓ ଶିକ୍ଷୟିତ୍ରୀ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ସେମାନଙ୍କୁ ଲହୁଣୀପଡ଼ା ଓ ପରେ ରାଉରକେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଅବସ୍ଥାରେ  ଚିଣ୍ଟୁ ସିଂଙ୍କର ମୃତ୍ୟୁ ହୋଇଥିଲା ଓ ପ୍ରତୀମା ଡୁଙ୍ଗଡୁଙ୍ଗଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । କେ. ବଲାଙ୍ଗ ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାରେ ସଂପୃକ୍ତ ଗାଡ଼ିକୁ ଜବତ କରିଛି। ମୃତ ବ୍ୟକ୍ତିଙ୍କର ଶରୀର ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ଡ୍ରାଇଭର ଫେରାର ଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe