ପୁଣି ୧୦ଜଣଙ୍କ ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି

ପୁଣି ୧୦ଜଣଙ୍କ ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି। ଏହାଛଡ଼ା କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ଜଣଙ୍କର ପ୍ରାଣହାନି ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଓ ଖୋର୍ଦ୍ଧରୁ ୩ ଜଣ ଲେଖାଏଁ, ରାୟଗଡ଼ା, ପୁରୀ, ବାଲେଶ୍ବର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ଘଟିଛି। ଗତ ୧୧ଦିନରେ ୧୧୯ଜଣଙ୍କ ଜୀବନ ନେଲାଣି କରୋନା । ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ ଥିବା ବେଳେ ୩ଜଣ ମହିଳା ଅଛନ୍ତି।
ଗଞ୍ଜାମର ୩ ଜଣ ମୃତକ ପୁରୁଷଙ୍କ ବୟସ ୭୨, ୬୪ ଓ ୫୨ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଥିବା ବେଳେ ଦୁଇ ଜଣ ମହିଳା ଅଛନ୍ତି ଯେଉଁମାନଙ୍କ ବୟସ ଯଥାକ୍ରମେ ୫୫ ଓ ୨୬ ବର୍ଷ। ସୁନ୍ଦରଗଡ଼ର ଯେଉଁ ମହିଳା ପ୍ରାଣ ହରାଇଛନ୍ତି , ତାଙ୍କର ବୟସ ହେଲା ୫୭ ବର୍ଷ।
ଅପରପକ୍ଷରେ ରାୟଗଡ଼ାରେ ଜଣେ ୪୭ ବର୍ଷିୟ ପୁରୁଷ, ପୁରୀରେ ୫୬ ବର୍ଷିୟ ପୁରୁଷ ଓ ବାଲେଶ୍ବରର ଜଣେ ୫୮ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୩,୦୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫, ୪୨୬ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe