ଆଉ ୧୨ଜଣଙ୍କର ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି

Advertisment
ଆଉ ୧୨ଜଣଙ୍କର ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ୩୦୧୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ କରୋନାରେ ଆଉ ୧୨ଜଣଙ୍କର ପ୍ରାଣହାନି ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଣେ ଭୁବନେଶ୍ବର, କଟକ, ଯାଜପୁର, ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ମାଲକାନଗିରି, ରାୟଗଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ବି ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।
ଗଞ୍ଜାମର ୩ ଜଣ ମୃତକ ପୁରୁଷଙ୍କ ବୟସ ୩୫, ୩୦ ଓ ୫୦ବର୍ଷ। ଅପରପକ୍ଷରେ ଗଞ୍ଜାମର ଯେଉଁ ମହିଳା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ତାଙ୍କର ବୟସ ୬୫ବର୍ଷ ବୋଲି ଜଣାଯାଇଛି। କଟକର ଜଣେ ୬୩ ବର୍ଷ ବୟସ୍କ ପୁରୁଷ, ମାଲକାନଗିରିର ଜଣେ ୫୯ ବର୍ଷ ବୟସ୍କ ପୁରୁଷ , ଭୁବନେଶ୍ବରର ୫୩ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହାଛଡ଼ା ପୁରୀର ଜଣେ ୪୮ ବର୍ଷିୟ ପୁରୁଷ, ରାୟଗଡ଼ାର ଜଣେ ୭୦ ଓ ନବରଙ୍ଗପୁରର ଜଣେ ୬୨ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଯାଜପୁରର ମୃତକ ମହିଳାଙ୍କ ବୟସ ୬୨ ବର୍ଷ। ସୁନ୍ଦରଗଡ଼ର ଯେଉଁ ମହିଳା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ତାଙ୍କର ବୟସ ୫୯ବର୍ଷ ବୋଲି ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୩୪କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୭୦୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୬୮୫ ରହିଛି। ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe