ଧାର୍ମିକ ସଭା ଶୋଭାଯାତ୍ରା ଓ ବୈଠକ ଉପରେ ୧୪୪ ଧାରା ଜାରି

Advertisment
ଧାର୍ମିକ ସଭା ଶୋଭାଯାତ୍ରା ଓ ବୈଠକ ଉପରେ ୧୪୪ ଧାରା ଜାରି

ରାଉରକେଲା: ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଉରକେଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଏବଂ ବୈଠକ ଉପରେ ୧୪୪ ଧାରା ଜାରି କରାଯାଇଛି। ପାନପୋଷ ଉପଜିଲ୍ଲାପାଳଙ୍କ ଆଦେଶ କ୍ରମେ ପ୍ଲାଣ୍ଟସାଇଟ, ଉଦିତନଗର, ରଘୁନାଥପାଲି, ବ୍ରହ୍ମଣୀତରଙ୍ଗ ଓ ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଉପରେ ଏହି କଟକଣା ଲାଗୁ ହୋଇଛି। ଏହାଛଡା ଲାଠିକଟା, ବନ୍ଧମୁଣ୍ଡା ଓ ବିଶ୍ରା ଥାନା କ୍ଷେତ୍ରରେ ମଧ୍ୟ ଧାର୍ମିକ ଶୋଭାଯାତ୍ରା ଉପରେ ୧୪୪ ଧାରା ଲାଗୁ କରାଯାଇଛି।

publive-image

ଏହି କଟକଣା ଜୁନ ୧୩ରୁ ୧୭ ତାରିଖ  ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ। ସାମ୍ପ୍ରଦାୟିକ ସଦଦ୍ଭାବ ରକ୍ଷା କରିବାକୁ ଏହି ପଦକ୍ଷେପ ଅପରିହାର୍ଯ୍ୟ ହୋଇପଡ଼ିଥିବା ଅନୁଭବ କରିବା ପରେ ୧୪୪ ଧାରା ଲାଗୁ କରାଯାଇଛି। ଏହାଛଡ଼ା ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ପୋଷ୍ଟିଂ, ମେସେଜ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସାମ୍ପ୍ରଦାୟିକ ସଦଦ୍ଭାବ ରକ୍ଷାକରିବା ଲାଗି ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe