ସହରମୁହାଁ ୨୨ ଟିକିଆ ହାତୀପଲ: ଟ୍ରେନ ଚଳାଚଳରେ ହାଇଆଲର୍ଟ

ସହରମୁହାଁ ୨୨ ଟିକିଆ ହାତୀପଲ: ଟ୍ରେନ ଚଳାଚଳରେ ହାଇଆଲର୍ଟ

ରାଉରକେଲା: ଗ୍ରାମାଞ୍ଚଳ ଛାଡ଼ି ହାତୀପଲ ଏବେ ସହର ମୁହାଁ। ଆଜି ଏକ ହାତୀପଲ ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଡେରା ପକାଇଛନ୍ତି। ଏହି ୨୨ ଟିକିଆ ହାତୀ ଦଳ ଏବେ ବନ୍ଧମୁଣ୍ଡା 'ଡି' କେବିନ ନିକଟ ଆର କେବିନ ସମ୍ମୁଖ ଟ୍ରେନ ଲାଇନ କଡ଼ରେ ଅଛନ୍ତି।

ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲ ଉପରେ ନଜର ରଖିଛନ୍ତି। ଉକ୍ତ ଅଞ୍ଚଳରେ ଲୋକମାନଙ୍କ ଯିବାଆସିବା ବନ୍ଦ ରଖାଯାଇଛି। ହାତୀ ପଲ ରେଳ ଲାଇନ ନିକଟରେ ଥିବାରୁ ଟ୍ରେନ ଚଳାଚଳ ଉପରେ ହାଇ ଆଲର୍ଟ କରାଯାଇଛି। ଗତକାଲି ରାତିରୁ ଏହି ହାତୀ ଦଳ ସେଠାରେ ଡେରା ପକାଇଛନ୍ତି। ଏବେ ବନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ସତର୍କତାର ସହ ହାତୀ ପଲକୁ ଟ୍ରେନ ଲାଇନ ପାର କରାଉଛନ୍ତି। ହାତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ରାତିରେ ଏକ ୧୭ ଟିକିଆ ହାତୀ ଦଳ ବନ୍ଧମୁଣ୍ଡା ନିକଟ ଦେଇ କ୍ରସ କରିଥିଲେ। ବନ୍ଧମୁଣ୍ଡା ଅଞ୍ଚଳରେ ହାତୀପଲ ଯାତାୟତ ବୃଦ୍ଧି ପାଇଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe