ରାଉରକେଲା(ଦେବବ୍ରତ ଗଡ଼ତିଆ): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ନାରୀ  ନିର୍ଯାତନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି। ମହିଳା ଓ ନାବାଳିକା ‌ଯୌନ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। କେତେବେଳେ ଜୋର୍‌ଜବରଦସ୍ତ ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଛନ୍ତି ତ ପୁଣି କେତେବେଳେ ବିବାହ ପ୍ରତିଶ୍ରୁତିରୁ ପ୍ରେମଜାଲରେ ଫସି ଶୋଷିତ ହେଉଛନ୍ତି। ଏତଦ୍‌ବ୍ୟତୀତ ଯୌତୁକ ନିର୍ଯାତନା ଓ ତଦ୍‌ଜନିତ ଆତ୍ମହତ୍ୟା ବି ଢେର୍‌ ଅଧିକ। ଗତ ଦୁଇବର୍ଷ, ଅର୍ଥାତ୍‌ ୨୦୨୪ ଓ ୨୦୨୫ରେ ଉଭୟ ସୁନ୍ଦରଗଡ଼ ଓ ରାଉରକେଲା ପୁଲିସ ଜିଲ୍ଲାରେ ନାରୀ ନିର୍ଯାତନାର ତଥ୍ୟ, ଏହା ସ୍ପଷ୍ଟ କରେ। ଗତ ୨୦୨୪ ଜାନୁଆରି ୧ରୁ ୨୦୨୫ ଡିସେମ୍ବର ୩୧ ତାରିଖ ମଧ୍ୟରେ ଜିଲ୍ଲାରେ ୨୩୪୧ଟି ମାମଲା ରୁଜୁ ହୋଇଥିଲା। ସେହିଭଳି ରାଉରକେଲା ରେଳବାଇ ପୁଲିସ ଥାନାରେ ୧୪ଟି ଘଟଣା ଘଟିଥିଲା।

Advertisment

ନାବାଳିକା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଉଦ୍‌ବେଗଜନକ ସ୍ଥିତିରେ

ଗତ ଦୁଇ ବର୍ଷରେ ରାଉରକେଲା ପୁଲିସ ଜିଲ୍ଲାରେ ୧୪୬୩ ମାମଲା ରୁଜୁ ହୋଇଥିଲା। ଏଥିମଧ୍ୟରୁ ୨୦୨୪ରେ ୭୧୮ଟି ଓ ୨୦୨୫ରେ ୭୪୫ଟି ମାମଲା ଅନ୍ତର୍ଭୁକ୍ତ। ସେହିଭଳି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୨୦୨୪ରେ ୪୧୫ ଓ ୨୦୨୫ରେ ୪୬୩ଟି ମାମଲା ରୁଜୁ ହୋଇଥିଲା। ଅର୍ଥାତ୍‌, ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ଯଥାକ୍ରମେ ୨୭ ଓ ୪୮ଟି ଲେଖାଏ ଘଟଣା ଅଧିକ ହୋଇଛି। ଜିଲ୍ଲାରେ ଗତ ଦୁଇ ବର୍ଷରେ ୨୭୨ଟି ଦୁଷ୍କର୍ମ ଓ ଗଣଦୁଷ୍କର୍ମ (ଉଭୟ ମହିଳା ଓ ନାବାଳିକା) ଘଟଣା ଘଟିଥିବାବେଳେ ୮ଟି ଦୁଷ୍କର୍ମ ଉଦ୍ୟମ ମାମଲା, ୫୫ଟି ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲା, ୬୪୦ଟି ଅସଦାଚରଣ, ୮୬ଟି ଅଶୋଭନୀୟ ପ୍ରଦର୍ଶନ ମାମଲା, ୭୧ଟି ଟଣାଓଟରା, ୧୫ଟି ଲୁଚିଛପି ଦେଖିବା ଘଟଣା, ୪୦ଟି ମନ୍ଦ ଉଦ୍ଦେଶ୍ୟ ସହ ଅନୁସରଣ କରିବା, ୪ଟି ମହିଳା ଚାଲାଣ, ୬୨ଟି ଅଶ୍ଳୀଳ ଇଙ୍ଗିତ/ଟିପ୍ପଣୀ, ୪୩୫ଟି ଅପହରଣ, ୯ଟି ଯୌତୁକ ହତ୍ୟା, ୨୦୩ ଟି ଯୌତୁକ  ନିର୍ଯାତନା , ୪୪୧ଟି ନାରୀ  ନିର୍ଯାତନା ମାମଲା ରୁଜୁ ହୋଇଥିଲା। କିନ୍ତୁ, ଏଥିମଧ୍ୟରୁ ନାବାଳିକା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଉଦ୍‌ବେଗଜନକ ସ୍ଥିତିରେ।

Subhadra Money: ପୁରୀରେ ସୁଭଦ୍ରା ଚତୁର୍ଥ କିସ୍ତି ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗତ ଦୁଇବର୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ୧୮୮ଟି ନାବାଳିକା/ଶିଶୁ ଦୁଷ୍କର୍ମ ଘଟଣା ଘଟିଥିବାବେଳେ ୨୦ଟି ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଥିମଧ୍ୟରୁ ରାଉରକେଲା ପୁଲିସ ଜିଲ୍ଲା ଅଧିନସ୍ଥ ବିଭିନ୍ନ ଥାନାରେ ୧୧୩ ଟି ଦୁଷ୍କର୍ମ ଓ ୧୦ଟି ଗଣଦୁଷ୍କର୍ମ, ମୋଟ୍‌ ୧୨୩ଟି ଏବଂ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୭୫ଟି ଦୁଷ୍କର୍ମ ଓ ୧୦ଟି, ମୋଟ୍‌ ୮୫ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା।