ଆରଏସପି କର୍ମଚାରୀଙ୍କ ଘରୁ ଡକାୟତି: ୩ ଗିରଫ

Advertisment
ଆରଏସପି କର୍ମଚାରୀଙ୍କ ଘରୁ ଡକାୟତି: ୩ ଗିରଫ

ରାଉରକେଲା: ଆରଏସପି କର୍ମଚାରୀଙ୍କ ଘରୁ ଡକାୟତି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ କାର, ସୁନା ବିସ୍କୁଟ ଏବଂ ନଗଦ ୫୩ ହଜାର ଟଙ୍କା ଜବତ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୨ତାରିଖ ରାତିରେ ସେକ୍ଟର ୬ରେ ରହୁଥିବା ଆରଏସପି କର୍ମଚାରୀ ପ୍ରୀତିପଦ୍ମା ଦାଶଙ୍କ ଘରୁ ଅଭିଯୁକ୍ତମାନେ ଡକାୟତି କରିଥିଲେ। ଗିରଫ ଚୋରମାନେ ହେଲେ ତାରାତାରିଣୀ ପାଲିର ନିର୍ମଳ ଘୋଷ (୨୧), ତା ସହଯୋଗୀ ସେକ୍ଟର--୨୦ ଏ ବ୍ଲକର ରାଜୁ ମୁଖୀ (୨୪)l ଏମାନଙ୍କ ଠାରୁ ସୁନା ଅଳଙ୍କାର କିଣିଥିବା ସେକ୍ଟର୭ସି ବ୍ଲକର ସୁନା ବ୍ୟବସାୟୀ ପ୍ରକାଶ ପାତ୍ର l ଏମାନଙ୍କ ଠାରୁ ପୁଲିସ ଚୋରିରେ ବ୍ୟବହୃତ କାର ସହ ୩୯ ଗ୍ରାମର ସୁନା ବିସ୍କୁଟ, ଡିଜିଟାଲ କ୍ୟାମେରା, ଘଣ୍ଟା ଓ ୫୩ ହଜାର ଟଙ୍କା ଜବତ କରିଛିl ମୁଖ୍ୟ ଅଭିଯୁକ୍ତ ନିର୍ମଳ ନାଁରେ ସହରର ବିଭିନ୍ନ ଥାନାରେ ଆଠଟି ଓ ରାଜୁ ନାଁ ରେ ପାଞ୍ଚଟି ଅପରାଧିକ ମାମଲା ରହିଛି l ଗତ ୨୨ତାରିଖ ପୂର୍ବାହ୍ନ ୯ଟାରେ ପ୍ରୀତିପଦ୍ମା ଆରଏସପିକୁ ଡିୟୁଟିରେ ବାହାରି ଯାଇଥିଲେl

publive-image ସଟ ଡାଉନର ସୁଯୋଗ ନେଇ ଅପରାହ୍ନ ପ୍ରାୟ ସାଢେ ତିନିଟାରେ ନିର୍ମଳ ଓ ତାର ସହଯୋଗୀ ରାଜୁ ଜବତ କାରରେ ଆସି ବନ୍ଦ ଥିବା ପ୍ରୀତିପଦ୍ମାଙ୍କ ଘରେ ପହଞ୍ଚିଥିଲେ l ଦୁହେଁ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ l ଦୁଇଟି ସୁନା ଚେନ,ଦୁଇଟି ସୁନା ଚୁଡ଼ି,ମୁଦି, ଘଣ୍ଟା ଓ କ୍ୟାମେରା ଚୋରି କରି ଫେରାର ହୋଇ ଯାଇଥିଲେ l ଚୋରି ସୁନା ଅଳଙ୍କାରକୁ ସୁନା ବ୍ୟବସlୟୀ ପ୍ରକାଶ ଏକ ଲକ୍ଷ ତିନି ହଜାର ଟଙ୍କାରେ ବିକି ଦେଇଥିଲେ l ପ୍ରକାଶ ଅଳଙ୍କାରକୁ ତରଳାଇ ସୁନା ବିସ୍କୁଟ କରି ଦେଇଥିଲା l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe