ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ବିଶ୍ରାର ଓ ଜଣେ ରାଉରକେଲା ନାଲା ରୋଡର

Advertisment

ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ସୂଚନା

ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ସୂଚନା

ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ବିଶ୍ରାର ଓ ଜଣେ ରାଉରକେଲା ନାଲା ରୋଡର

ରାଉରକେଲା : ରବିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ବିଶ୍ରା ବ୍ଲକର ଗୁଡ଼ଗୁଡ଼ଜୋର ଅଞ୍ଚଳର ଓ ଅନ୍ୟ ଜଣେ ରାଉରକେଲା ନାଲା ରୋଡର ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି l
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗୁଡ଼ଗୁଡଜୋରର ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଉରକେଲା ନାଲା ରୋଡ଼ରେ ଆସି ରହିଥିଲେ l ଏମାନଙ୍କ ଭିତରେ ଜଣେ ୨୩ ବର୍ଷିୟ ଓ ଅନ୍ୟ ଜଣେ ୬୦ ବର୍ଷିୟ ପୁରୁଷ ହୋଇଥିବା ବେଳେ ଆର ଜଣକ ଜଣେ ୫୭ ବର୍ଷୀୟା ମହିଳା।

publive-image

ଏବେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରକ୍ଷୀ ଅଧୀକ୍ଷକ କେ ଶିବା ସୁବ୍ରମଣି, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେ ଏବଂ ରାଉରକେଲା ମହାନଗର କମିସନର୍ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ରାଉରକେଲା ମେନ୍  ରୋଡ୍,  ନାଲା ରୋଡ, ଜିଟି ଲେନ୍ ଏବଂ ପାଓ୍ବାରହାଉସ୍ ରୋଡ ଆଦି ଅଞ୍ଚଳ ପରିଦର୍ଶନ କରୁଛନ୍ତି। ଏସବୁୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କୁହାଯାଉଛି।

publive-image
ପୂର୍ବରୁ ବିଶ୍ରା ଏସିଆନ କଲୋନୀରୁ ୨ଟି ଓ ଗୁଡ଼ୁଗୁଡ଼ୁ ଜୋର ଗୋଟିଏ କରୋନା ପଜିଟିଭ ଚିହ୍ନଟ ହୋଇଥିଲା l ଏହି ତିନିଜଣ ସୁସ୍ଥ ହୋଇ ଫେରିଥିଲେ l ଏବେ ଆଉ ତିନି ପଜିଟିଭ୍ ଚିହ୍ନଟ ହେବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।

publive-image

ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏଥିସହ ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବଢ଼ିଛି।

ଅପରପକ୍ଷରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫଳରେ ଜିଲ୍ଲାର ସମସ୍ତ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସୁନ୍ଦରଗଡ଼ କରୋନା ମୁକ୍ତ ହୋଇଥିଲା। ମାତ୍ର ଏହି ଘଟଣାକୁ ୨୪ ଘଣ୍ଟା ନପୂରୂଣୁ ପୁଣି ୩ ଜଣ ଆକ୍ରାନ୍ତ ହେବା ଜିଲ୍ଲାବାସୀଙ୍କୁ ଚିନ୍ତିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe