ଖାତରେ ପଡ଼ିଲା ଟ୍ରକ୍, ଦୁଇ ଗାଡ଼ିଚାଳକ ଗୁରୁତର 

ଖାତରେ ପଡ଼ିଲା ଟ୍ରକ୍, ଦୁଇ ଗାଡ଼ିଚାଳକ ଗୁରୁତର 

ରାଉରକେଲା: ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଆଜି  ସକାଳେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏବେ ୧୪୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି। କାମ ନେଇଥିବା ଠିକାସଂସ୍ଥା ଏବଂ ଜାତୀୟ ରାଜପଥ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହି ରାଜପଥରେ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି।

ଆଜି ଭୋରୁ ଏକ ଲୁହାପଥର ବୋଝେଇ ଟ୍ରକ ରାଜପଥ କଡ଼ରେ ଥିବା ଏକ ଖୋଲା ଡ୍ରେନରେ ପଡ଼ି ଯାଇଥିଲା। ପଛରୁ ଆସୁଥିବା ଏକ ଟାଟା ଏ ସି ଗାଡ଼ି  ଏହି ଟ୍ରକରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଉଭୟ ଗାଡ଼ିର ଡ୍ରାଇଭର ଦ୍ବୟ ଆହତ ହୋଇଥିଲେ। ରାଜପଥର ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଦୁର୍ଘଟଣାପ୍ରବଣ ଅଞ୍ଚଳ କିମ୍ବା ବିପଦଶଙ୍କୁଳ  ସ୍ଥାନରେ କୌଣସି ସତର୍କତା ସୂଚନା ଫଳକ ଲଗା ଯାଉନଥିବା ଅଭିଯୋଗ ହେଉଛି। ୧୪୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ଚାଲିଥିବାରୁ ବିଭିନ୍ନ ବିପଦ ସଙ୍କୁଳ ସ୍ଥାନରେ ସତର୍କତା ସୂଚନା ଫଳକ ଲଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe