ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ପ୍ଲାଣ୍ଟସାଇଟ ପୁଲିସ: ମାରଣାସ୍ତ୍ର ଓ କାର ଜବତ,୪ ଗିରଫ

Advertisment
ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ପ୍ଲାଣ୍ଟସାଇଟ ପୁଲିସ: ମାରଣାସ୍ତ୍ର ଓ କାର ଜବତ,୪ ଗିରଫ

ରାଉରକେଲା: ଗତକାଲି ରାତି ୩ଟା ସମୟରେ ରାଉରକେଲା ପ୍ଲାଣ୍ଟସାଇଟ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଡକାୟତି ଯୋଜନା କରୁଥିବା ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ କାବୁ କରିବାରେ ସକ୍ଷମ ହୋଇଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ବନ୍ଧମୁଣ୍ଡା ଫଟାପାଇପ ଅଞ୍ଚଳରେ ଏହି ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ମାଲଗୋଦାମ ଅଞ୍ଚଳର ଏମ.ଡି ପରଭେଜ, ପ୍ରମୋଦ ଶ୍ରୀବାସ୍ତବ, ଗୁରୁଦ୍ୱାରା ରୋଡ଼ ଅଞ୍ଚଳର ଶମ୍ଭୁ ରାମ ଓ ରୋହିତ ସିଂଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିଲେ। ସେମାନଙ୍କ ନିକଟରୁ ୪ଟି ଦେଶୀ ପିସ୍ତଲ, ୩୨ ରାଉଣ୍ଡ ଗୁଳି, ୨ଟି ବୋମା ଓ ୨ଟି ଖଣ୍ଡା ସମେତ ଅପରାଧ ପାଇଁ ବ୍ୟବହୃତ ହେଉଥିବା ଏକ ମାରୁତି ୱାଗନର୍ କାର ଜବତ ହୋଇଛି।

ସହରରେ କୌଣସି ବଡ଼ ଧରଣର ଡକାୟତି ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ତାହା ପଣ୍ଡ ହୋଇଛି। ଗିରଫ ଅପରାଧୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇ ଆଇପିସିର ଧାରା ୩୯୯, ୪୦୨, ୨୫(୧) ଆର୍ମସ ଆକ୍ଟ ଏବଂ ୪,୫ ଏକ୍ସପ୍ଲୋସିଭ ଆକ୍ଟରେ କୋର୍ଟ ଚାଲାଣ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe