୪ ପରୀକ୍ଷାର୍ଥୀ ଜେଲ୍‌ ଗଲେ

Advertisment
୪ ପରୀକ୍ଷାର୍ଥୀ ଜେଲ୍‌ ଗଲେ

ରାଉରକେଲା : କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) କନେଷ୍ଟବଳ (ଅଗ୍ନିଶମ) ଚୟନ ପାଇଁ ଗତକାଲି ଅନୁଷ୍ଠିତ ଲିଖିତ ପରୀକ୍ଷା ବେଳେ ରାଉରକେଲାର ଦୁଇ ପରୀକ୍ଷା କେନ୍ଦ୍ରରୁ ଧରା ପଡ଼ିଥିବା ୪ ଜାଲ୍‌ ପରୀକ୍ଷାର୍ଥୀଙ୍କ ସହ ମୋଟ ୫ଜଣଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ ଜାଲ୍‌ ପରୀକ୍ଷାର୍ଥୀମାନେ ହେଲେ ବିହାର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମଣପୁରର ରବିଶ କୁମାର (୨୩), ନୌଦା ଜିଲ୍ଲା ଲକ୍ଷ୍ମୀବିଘା ଗାଁର ମନୋଜ କୁମାର(୨୬), ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ବରିୟାରପୁରର ରବି ଶଙ୍କର କୁମାର (୨୩) ଓ ରାଜେନ୍ଦ୍ର ନଗରର ବିଦ୍ୟାଭୂଷଣ (୨୫)। ବିହାର ଚନାଦି ଅଞ୍ଚଳର ପ୍ରକୃତ ପରୀକ୍ଷାର୍ଥୀ ଅନୁଜ କୁମାର (୧୯) ମଧ୍ୟ ସେମାନଙ୍କ ସହିତ ଜେଲ୍‌ ଯାଇଛନ୍ତି। ଫେରାର୍‌ ଅନ୍ୟ ତିନି ପ୍ରକୃତ ପରୀକ୍ଷାର୍ଥୀ ରବି କୁମାର (୨୦), ଚନ୍ଦନ କୁମାର (୨୦) ଓ ରୋସନ କୁମାର (୨୧)କୁ ଗିରଫ କରିବାକୁ ଉଭୟ ସେକ୍ଟର-୧୫ ଓ ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ପକ୍ଷରୁ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe