ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲି ଠାରେ ଥିବା ଏସବିଆଇ ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍ ହୋଇଛି। ଘଟଣାରୁ ଜଣାପଡିଛି ଯେ ଗତକାଲି ଅପରାହ୍ନ ସମୟରେ ଦୁଇଜଣ ମୁଖାପିନ୍ଧା ବନ୍ଧୁକଧାରୀ ଏକ ବାଇକରେ ଆସି ବିରିଙ୍ଗାଟୋଲି ଠାରେ ଥିବା ଗ୍ରାହକ ସେବାକେନ୍ଦ୍ରର ମାଲିକ ଅଞ୍ଜନା ଲାକଡାଙ୍କୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟ କରିଥିବା ବେଳେ ସେଠାକୁ ଆସିଥିବା ଜନୈକା ମହିଳା ଗ୍ରାହକଙ୍କ ଏକ ମୋବାଲ ମଧ୍ୟ ଲୁଟି ଚମ୍ପଟ ମାରିଥିବା ଆଜି କୁତ୍ରା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗକୁ ଆଧାର କରି କୁତ୍ରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୁଲିସକୁ ଏକ ଅଫୁଟା ଗୁଳି ମିଳିଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2024/07/k-3.jpg)