ସୁନ୍ଦରଗଡ଼: ଦନ୍ତା ହାତୀ ଆକ୍ରମଣରେ ୫୫ ବର୍ଷୀୟ ବ୍ୟକ୍ତି ମୃତ

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ସୁନ୍ଦରଗଡ଼: ଦନ୍ତା ହାତୀ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫରେଷ୍ଟ ରେଞ୍ଜର ଝରାଦେବନ ଗ୍ରାମରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କଳୁଙ୍ଗା ଫାଣ୍ଡି ଅଧୀନରେ ଥିବା ଏହି ଗ୍ରାମରେ ଗୁରୁବାର ରାତିରେ ପ୍ରବଳ ଥଣ୍ଡା ଯୋଗୁ ଉକ୍ତ ଗ୍ରାମର ପିତୃସ ଏକ୍କା ନାମକ ବ୍ୟକ୍ତି ନିଆଁ ସେକି ହେଉଥିବା ବେଳେ ହାତୀଟି ତାଙ୍କୁ ଟେକିନେଇ ଦଳି ଦେଇଥିଲା । ଗୋଟାଏ ଦଳରେ ୧୫ ଜଣ ହାତୀ ଥିବାବେଳେ ଦନ୍ତା ହାତୀଟି ଗୋଠ ଛଡ଼ା ହୋଇ ନିକଟସ୍ଥ ଗ୍ରାମମାନଙ୍କରେ ବୁଲି ବୁଲି ଆତଙ୍କ ସୃଷ୍ଟି କରୁଥିବା ସୂଚନା ରହିଛି। ବନ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe