ଗୋଆରୁ ରାଉରକେଲା ଫେରିଲେ ୯୨ ପ୍ରବାସୀ, କିଛି ସମୟ ପରେ ପହଞ୍ଚିବେ ସୁରତ ଫେରନ୍ତା

ଗୋଆରୁ ରାଉରକେଲା ଫେରିଲେ ୯୨ ପ୍ରବାସୀ, କିଛି ସମୟ ପରେ ପହଞ୍ଚିବେ ସୁରତ ଫେରନ୍ତା

ରାଉରକେଲା: ଗୋଆ ମଦଗାଓଁ ରୁ ଫେରୁଲେ ୯୨ ପ୍ରବାସୀ। ଆଜି ଅପରାହ୍ନ ପ୍ରାୟ ୪ଟାରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ରାଉରକେଲା ଷ୍ଟେସନରେ ପହଁଚିଲା। ପ୍ରବାସୀଙ୍କ ମଧ୍ୟରେ ୩୫ ଜଣ ଝାଡଝଣ୍ଡ, ୧୨ ଜଣ ପଶ୍ଚିମବଙ୍ଗର ଓ ଅନ୍ୟ ୪୫ଜଣ ରାଉରକେଲା, ବଣାଇ, ଲାଠିକଟ, ନୂଆଗାଁ, ସାରନଗରୀ ଅଂଚଳର। ପ୍ରବାସୀଙ୍କ ନିଜ ନିଜ ଘରକୁ ପଠାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ ବ୍ୟବସ୍ଥା କରାଯାଇଛି। ରାଉରକେଲା ଷ୍ଟେସନରେ ପ୍ରବାସୀମାନେ ପହଞ୍ଚିବା ପରେ ସେମାନଙ୍କୁ ସୁବ୍ୟବସ୍ଥିତ ଢ଼ଙ୍ଗରେ ସଂଗରୋଧ କେନ୍ଦ୍ର ନେବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିଲା ।

publive-image

ସୁନ୍ଦରଗଡ଼ ଜିଲ୍ଲାକୁ ଏପର୍ଯ୍ୟନ୍ତ ୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିଛି । ଏଥିରେ ରାଉରକେଲାକୁ ୨ଟି ସାମିଲ ଅଛି । ପୂର୍ବରୁ ରାଉରକେଲାକୁ ଗୋଟିଏ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଓ ନୂଆଗାଁକୁ ଗୋଟିଏ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିଥିଲା । ଆଜି ରାତି ପ୍ରାୟ ୭ଟାରେ ସୁରତରୁ ଆହୁରି ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସି ରାଉରକେଲା ଷ୍ଟେସନରେ ପହଞ୍ଚିବ ।

ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ୧ ତାରିଖ ଠାରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ ହୋଇଛି । ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ମେ’ ୨୬ ତାରିଖ ପର୍ଯ୍ୟନ୍ତ ୩ ହଜାର ୫୪୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରିଛି । ଏଥିରେ ମୋଟ ୪୮ ଲକ୍ଷ ପ୍ରବାସୀ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପହଞ୍ଚିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe