ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର: ହତ୍ୟା ସନ୍ଦେହ

ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା/ବିଶ୍ରା: ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ଲହଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଆଜି ଜନୈକ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବକୁ ପୁଲିସ ଜବତ କରିଛି। ମହିଳାଙ୍କ ପରିଚୟ ମିଳି ପାରି ନଥିବାବେଳେ ତାଙ୍କର ବୟସ ୩୦ରୁ ୩୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ଛାତିରୁ ମୁହଁ ପର୍ଯ୍ୟନ୍ତ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଆଜି ସଂଧ୍ୟାରେ ଗାଁ ଲୋକେ ଜାଣିବା ପରେ ବିଶ୍ରା ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ହେଁ ରାତି ହୋଇ ଯାଇଥିବାରୁ ଏହା ସଂପୂର୍ଣ୍ଣ ହୋଇ ପାରି ନାହିଁ।
ଆସନ୍ତା କାଲି ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଘଟଣାର ସବିଶେଷ ତଥ୍ୟ ମିଳି ପାରିବ ବୋଲି ଜଣାପଡ଼ିଛି। ତେବେ କୌଣସି ଦୁର୍ବୃତ୍ତ ମହିଳାଙ୍କୁ ନିଆଁରେ ପୋଡ଼ି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe