ଆସ୍ଥା ପକ୍ଷରୁ ମାର୍ଚ୍ଚ  ୧୬ରେ ସମ୍ବର୍ଦ୍ଧିତ ହେବେ ବିଶିଷ୍ଟମହିଳା

Advertisment

ଆସ୍ଥା ତରଫରୁ  ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ‌ଅନୁଷ୍ଠିତ ହୋଇଥିଲା।ଉକ୍ତ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ମହିଳା ଦିବସ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ (ଅନନ୍ୟା ନାରୀ) ସମ୍ବନ୍ଧରେ ବିଷଦ ବିବରଣୀ ଦିଆଯାଇଥିଲା

ଆସ୍ଥା ତରଫରୁ  ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ‌ଅନୁଷ୍ଠିତ ହୋଇଥିଲା।ଉକ୍ତ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ମହିଳା ଦିବସ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ (ଅନନ୍ୟା ନାରୀ) ସମ୍ବନ୍ଧରେ ବିଷଦ ବିବରଣୀ ଦିଆଯାଇଥିଲା

ୀିରୀଯୗ

ରାଉରକେଲା: ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ  ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରା ଯାଇଥିଲା ।

ଉକ୍ତ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ମହିଳା ଦିବସ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ (ଅନନ୍ୟା ନାରୀ) ସମ୍ବନ୍ଧରେ ବିଷଦ ବିବରଣୀ ଦିଆଯାଇଥିଲା । ଆସନ୍ତା ମାର୍ଚ୍ଚ  ୧୬  ତାରିଖ ଦିନ ରାଉରକେଲାର  ସିଭିକ ସେଣ୍ଟରଠାରେ  କିଛି ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ସ୍ଥିର କରା।ଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଲିଉଡ ସିନେତାରକା ଡକ୍ଟର ଅନୁରାଧା ପାଣିଗ୍ରାହୀ ଯୋଗ ଦେବାର ଅଛି । ଏଥିସହିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ତଥା ଅନ୍ୟ ଜିଲାମାନଙ୍କରୁ ବିଶିଷ୍ଟମହିଳାମାନଙ୍କୁ ଆସ୍ଥା ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯିବାର ଲକ୍ଷ୍ୟ ରଖାଯାଇଛି ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହିତ ଉକ୍ତ ସନ୍ଧ୍ୟାକୁ ଆକର୍ଷଣ କରିବା ପାଇଁ ନୃତ୍ୟ, ସଙ୍ଗୀତ ଓ ଫ୍ୟାସନ ସୋ ଆୟୋଜନ କରାଯାଇଛି । ରାଉରକେଲାରେ ତୃତୀୟ ଥର ପାଇଁ ଏପରି ବିଭିନ୍ନ ବର୍ଗର ପ୍ରତିଭାବାନ ମହିଳାମାନଙ୍କୁ ଏକତ୍ର ଭାବେ ସମ୍ମାନିତ କରାଯିବାର ଯୋଜନା ଅଛି ଏବଂ ଏହା ଏକ ନିଆରା ଅନୁଭୂତ ପରିଲକ୍ଷିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ସାମ୍ବାଦିକ ସମ୍ମିଳନୀକୁ ଆସ୍ଥାର ବରିଷ୍ଠ  ସଦସ୍ୟ ସୁରେଶ ରାଉତରାୟ ଅଧକ୍ଷତ କରିଥିଲେ । ସଭାପତି ବିଷ୍ଣୁ ମୋହନ ମିଶ୍ର ସ୍ଵାଗତ ସମ୍ବର୍ଦ୍ଧନ କରି ସମ୍ମିଳନୀକୁ ପ୍ରାରମ୍ଭ କରିଥିଲେ, ଉପ ସଭାପତି  ରାଜ କୁମାର ପଣ୍ଡା ପରିଚୟ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ  ଆଲୋକ ଜେନା ନୂତନ ଭାବେ ନାମକରଣ ହୋଇଥିବା ଅନନ୍ୟା ନାରୀ ବିଷୟରେ ସମ୍ୟକ ବିବରଣୀ ଦେଇଥିଲେ ।

ସଂସ୍କୃତିକ ସମ୍ପାଦିକା ଶିବାନୀ ରଣା ସଂସ୍କୃତିକ କାର୍ଯ୍ୟକ୍ରମର ବିଭିନ୍ନ ସ୍ତର ସହିତ ଆସ୍ଥାର ଆଭିମୁଖ୍ୟ ଏବଂ  ଓଲିଉଡ ତରକାଙ୍କ ବିଷୟରେ  ବିଷଦ ବିବରଣୀ ପ୍ରଦାନ କରିଥିଲା ବେଳେ କାର୍ଯ୍ୟସୂଚୀ ଅଧିକାରୀ କୁନୁ ରାଣୀ ବିଶ୍ଵାଳ  ଧନ୍ୟବାଦ ଅର୍ପଣ କରିଥିଲେ ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe