ରାସ୍ତାରେ ଓଲଟିଲା ପିକଅପ: ଜଣେ ମହିଳା ଶ୍ରମିକ ମୃତ,୯ ଆହତ

Advertisment
ରାସ୍ତାରେ ଓଲଟିଲା ପିକଅପ: ଜଣେ ମହିଳା ଶ୍ରମିକ ମୃତ,୯  ଆହତ

ରାଉରକେଲା: ବିଶ୍ରା - ଝାରଖଣ୍ଡ ମୁଖ୍ୟ ରାସ୍ତାର ବନ୍ଧମୁଣ୍ଡା କପାଟମୁଣ୍ଡା ଛକରେ ଏକ ପିକଅପ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଛି।  ଘଟଣାସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୯ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ମହିଳା ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି।

ସକାଳ ପ୍ରାୟ ସାଢ଼େ ନଅଟା ବେଳେ ଏକ ପିକ ଅପରେ ୧୧ ଜଣ ମହିଳା ଶ୍ରମିକ ରାଣ୍ଟବିରିକେରାରୁ ବିଶ୍ରା କାମ କରିବାକୁ ଯାଉଥିଲେ। କପାଟମୁଣ୍ଡା ଛକରେ ପିକ ଅପଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ବନ୍ଧମୁଣ୍ଡା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଅଟକ ଡ୍ରାଇଭର ଜଣେ ନାବାଳକ ଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe