ବସ୍-ଟ୍ରକ୍ ଧକ୍କା, ଚାଳକ ଆହତ

Advertisment
ବସ୍-ଟ୍ରକ୍ ଧକ୍କା, ଚାଳକ ଆହତ

ସୁନ୍ଦରଗଡ଼: ଆଜି ଭୋରରୁ ରାଜ୍ୟ ରାଜପଥ-୧୦ ବିଜୁ ଏକ୍ସପ୍ରେସ ୱେର ବଡ଼ଗାଁ ନିକଟ ଜରଙ୍ଗଲୋଇରେ ଓଡ଼ିଶା ପରିବହନ ନିଗମର ଏକ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଧକ୍କା ଏତେ ଜୋରରେ ହୋଇଛି ଯେ ଟ୍ରକ୍ ଓ ବସର ସମ୍ମୁଖ ଭାଗ ଚାପି ହୋଇଯାଇଥିଲା। ବସର ଚାଳକ କେଦାର ନାଏକ ଚାପି ହୋଇ ଯାଇଥିଲେ।

ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଗ୍ୟାସ କଟରରେ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କର ଗୋଡ଼ ଭାଙ୍ଗିଯାଇଛି। ଯାତ୍ରୀମାନେ ଜରୁରୀ ଝର୍କା ଭାଙ୍ଗି ବାହାରି ଯାଇଥିଲେ। ଟ୍ରକର ସମ୍ମୁଖ ଭାଗ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି। ହେଲେ ଟ୍ରକ୍ ଚାଳକ ସୁରକ୍ଷିତ ଅଛନ୍ତି। ବସଟି ଜୟପୁରରୁ ରାଉରକେଲା ଯାଉଥିଲା। ବଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe