କାର୍‌ ଓ ମୋଟରବାଇକ୍‌ ଧକ୍କା: ୨ ମୃତ

Advertisment
କାର୍‌ ଓ ମୋଟରବାଇକ୍‌ ଧକ୍କା: ୨ ମୃତ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂସବାହାଲ ନିକଟସ୍ଥ ଲାଇଙ୍ଗ ଠାରେ ବିଜୁ ଏକ୍ସପ୍ରେସ ୱେ ରେ କାର ଓ ବାଇକ୍‌ ମୁହାଁମୁହିଁ ହେବାରୁ ଘଟଣା ସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି ।

ଆଜି ସନ୍ଧ୍ୟା ୬ଟା ସମୟରେ ଏକ ୱାଗନାର କାର ଓଆର ୧୪ଭି ୧୨୩୨ ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଯାଉଥିବା ସମୟରେ ଲାଇଙ୍ଗ ଛକ ନିକଟରେ ସମ୍ମୁଖ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ୍‌ ଓଡି ୨୩କେ ୫୭୫୨ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜବରଦସ୍ତ ଥିଲା ଯେ କାରର ଗୋଟିଏ ପାଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଦୁଇ ବାଇକ୍‌ ଆରୋହୀ ଘଟଣାସ୍ଥଳରେ ଗୁରୁତର ଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ରାଜଗାଙ୍ଗପୁର ପୁଲିସ କାର ଚାଳକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe