ରାଉରକେଲା: ବେପରୁଆ ଗାଡି ଚାଳନା ପାଇଁ ଜଣେ କାର ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି ଦିନ ପ୍ରାୟ ୧୨.୫୦ ମିନିଟରେ ଜଣେ ଯୁବକ କାର(ଓଡ଼ି-୧୪-ଯେ-୪୨୮୨)ରେ ଦ୍ରୁତଗତିରେ ଉଦିତନଗରରୁ ବାସନ୍ତିକଲୋନୀ ପଟକୁ ଯାଉଥିଲେ। ତେବେ କାର ଉଦିତନଗର ରେଲୱେ ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ବାଡ଼କୁ ପିଟିଥିଲା। ଫଳରେ ଗାଡିର ସମ୍ମୁଖ ଭାଗ ବ୍ରିଜ ଉପରେ ଝୁଲି ରହିଥିଲା। କିଛି ସ୍ଥାନୀୟ ଲୋକ କାର ଚାଳକଙ୍କୁ ଗାଡି ଭିତରୁ ବାହାର କରିବା ସହ ଗାଡ଼ିକୁ ଉଦ୍ଧାର କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us