ଶାରୀରିକ ସଂପର୍କ ପରେ ବାହା ହେବାକୁ ମନା କଲେ ଯୁବକ:ଥାନାରେ ଏତଲା

Advertisment
ଶାରୀରିକ ସଂପର୍କ ପରେ ବାହା ହେବାକୁ ମନା କଲେ ଯୁବକ:ଥାନାରେ ଏତଲା

ସୁନ୍ଦରଗଡ଼: ବିବାହର ପ୍ରତିଶ୍ରୁତି ଦେଇ ଜଣେ ସଫ୍ଟେଓ୍ଵର ଇଞ୍ଜିିନିଅର ଜୋର୍‌ଜବରଦସ୍ତ ଦୈହିକ ସଂପର୍କ ରଖିଥିବା ଟାଉନ୍‌ ଥାନାରେ ଏତଲା ହୋଇଛି। ସହରର ଜଣେ ଯୁବତୀ ଇନ୍ଦୋର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏଗ୍ରିକଲଚରାଲ ମ୍ୟାନେଜରଭାବେ କାର୍ଯ୍ୟରତ। ସ୍ଥାନୀୟ ଡେଙ୍ଗିଭାଡ଼ି ଅଂଚଳର ମୂଳବାସିନ୍ଦା ତଥା ଆମେରିକାରେ ସଫ୍ଟେଓ୍ଵର ଇଂଜିନିଅରଭାବେ କାର୍ଯ୍ୟରତ ମାନସ ରଞ୍ଜନ ପଟେଲଙ୍କ ସହ ଯୁବତୀଙ୍କ ଗତ ନଭେମ୍ବର ୨୪ ତାରିଖରେ ନିର୍ବନ୍ଧ ହୋଇଥିଲା। ଇନ୍ଦୋରରେ ନିର୍ବନ୍ଧ ହେବାପରେ ମାନସ ଯୁବତୀଙ୍କ ସହ ଦୁଇଦିନ ଧରି ଶାରୀରିକ ସଂପର୍କ ରଖିଥିଲେ। ତେବେ ଯୁବକ ଜଣକ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ। ଏଣୁ ଯୁବତୀ ଜଣକ ଥାନାରେ ଏତଲା ଦେଇଛନ୍ତି। ଟାଉନ୍‌ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe