ଏନ୍‌ଆଇଟି ଗବେଷକଙ୍କ ନୂଆ ଆବିଷ୍କାର: ସଡ଼କ ଦୁର୍ଘଟଣା ରୋକିବ ଏଆଇ ମଡେଲ୍‌

ଦେଶରେ ସଡ଼କ ଦୁର୍ଘଟଣା ଓ ତଦ୍‌ଜନିତ ଧନଜୀବନ କ୍ଷୟକ୍ଷତି ଚିନ୍ତାଜନକ ସ୍ଥିତିରେ। କେବଳ ୨୦୨୪ ମସିହାରେ ଦେଶରେ ସଡ଼କ ଦୁର୍ଘଟଣା ଯୋଗୁ ୧ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

NIT Rourkela

ରାଉରକେଲା: ଦେଶରେ ସଡ଼କ ଦୁର୍ଘଟଣା ଓ ତଦ୍‌ଜନିତ ଧନଜୀବନ କ୍ଷୟକ୍ଷତି ଚିନ୍ତାଜନକ ସ୍ଥିତିରେ। କେବଳ ୨୦୨୪ ମସିହାରେ ଦେଶରେ ସଡ଼କ ଦୁର୍ଘଟଣା ଯୋଗୁ ୧ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଥିମଧରୁ ୬୬% ଯୁବକ/ଯୁବତୀ ଥିବାବେଳେ ପ୍ରାୟ ୧୦ ହଜାର ଶିଶୁ ଅନ୍ତର୍ଭୁକ୍ତ। ଏଭଳି ଦୁର୍ଘଟଣା ଏଡ଼ାଇବା ଉଦ୍ଦେଶ୍ୟରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗ‌ବେଷକମାନେ ଏକ କୁତ୍ରିମ ବୁଦ୍ଧିମତା (ଏଆଇ) ମଡେଲ୍‌ ସୃଷ୍ଟି କରିଛନ୍ତି। ଏହା ଯାନବାହନ ମଧ୍ୟରେ ପାରସ୍ପରିକ କ୍ରିୟା ମାଧ୍ୟମରେ ସଡ଼କ ସୁରକ୍ଷାକୁ ବୃଦ୍ଧି କରିବ।

ଅନୁଷ୍ଠାନର କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ବିଭୂଦତ୍ତ ସାହୁ, ଆସିଷ୍ଟାଣ୍ଟ୍‌ ପ୍ରଫେସର ଡ. ଅରୁଣ କୁମାର, ରିସର୍ଚ୍ଚ୍‌ ଗ୍ରାଜୁଏଟ୍‌ ଡ.ଲୋପାମୁଦ୍ରା ହୋତା ଏହାକୁ ବିକଶିତ କରିଛନ୍ତି। ଏହି ଏଆଇ ମଡେଲ୍‌ ଯାନବାହାନ ଯୋଗାଯୋଗ ପ୍ରଣାଳୀରେ ଏକ ପ୍ରମୁଖ ଆହ୍ବାନକୁ ସମାଧାନ କରିବ, ଯାହା ଯାନବାହନ ଆଡ-ହକ୍ ନେଟୱାର୍କ କିମ୍ବା (ଭିଏଏନ୍‌ଇଟି)ଭାବେ ପରିଚିତ।

ଉଲ୍ଲେଖଯୋଗ୍ୟ, ଭିଏଏନ୍‌ଇଟିର ଉଦ୍ଦେଶ୍ୟ ହେଉଛି ନିକଟତର ଯାନଗୁଡ଼ିକ ଭବିଷ୍ୟତରେ ପରସ୍ପର ସହିତ ସିଧାସଳଖ ଯୋଗାଯୋଗ କରିବା। ଯାନଗୁଡ଼ିକ ହଠାତ୍ ବ୍ରେକ୍‌ ଦେବା ତଥା ଅନ୍ୟାନ୍ୟ କାରଣରୁ ରାସ୍ତାରେ ପ୍ରତିବନ୍ଧକ ବିଷୟରେ ସତର୍କ କରାଇଥାଏ। ଏପରି ଯୋଗାଯୋଗ ଡ୍ରାଇଭିଂ, ସ୍ୱୟଂଚାଳିତ ଟ୍ରାଫିକ୍ ବ୍ୟବସ୍ଥାକୁ ସାହାଯ୍ୟ କରିବାସହ ଜରୁରୀକାଳୀନ ସେବାଗୁଡ଼ିକୁ ମଧ୍ୟ ସହାୟତା ପ୍ରଦାନ କରିଥାଏ।

ତେବେ ଯେତେବେଳେ ଏକାଧିକ ଯାନ ସମସାମୟିକ ଭାବେ ବାର୍ତ୍ତା ପଠାଇବା ସମୟରେ ସମସ୍ୟା ଦେଖାଦିଏ। ଏଣୁ ଏନ୍‌ଆଇଟିର ଗବେଷକମାନେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରକରି ଏହାର ସମାଧାନର ରାସ୍ତା ବାହାର କରିଛନ୍ତି। ଏହି ଏଆଇ ମଡେଲ୍‌ ମଲ୍ଟି-ଏଜେଣ୍ଟ ଡିପ୍ ରିଏନଫୋର୍ସ୍‌ମେଣ୍ଟ୍‌ ଲର୍ଣ୍ଣିଂ ବ୍ୟବହାର କରିଥାଏ। ଏହା ବିଳମ୍ବର ଆଶଙ୍କାକୁ ହ୍ରାସ କରିବାସହ ଗୁରୁତ୍ୱପୂର୍ଣ୍ଣ ସତର୍କତାଗୁଡ଼ିକୁ ନିର୍ଭରଯୋଗ୍ୟଭାବେ ପ୍ରସାରିତ କରିବାରେ ସହାଯ୍ୟ କରେ।

 NIT Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe