ଏପ୍ରିଲ ୧୮ରେ ସୁନ୍ଦରଗଡ଼ରେ ନିର୍ବାଚନ ୧୮୪୬ ବୁଥ୍‌ରେ ୧୫ ଲକ୍ଷ ମତଦାତା

Advertisment

୫୮୩ ବୁଥ୍‌ ସମ୍ବେଦନଶୀଳ, ବୀରମିତ୍ରପୁରରେ ସର୍ବାଧିକ

୫୮୩ ବୁଥ୍‌ ସମ୍ବେଦନଶୀଳ, ବୀରମିତ୍ରପୁରରେ ସର୍ବାଧିକ

ଏପ୍ରିଲ ୧୮ରେ ସୁନ୍ଦରଗଡ଼ରେ ନିର୍ବାଚନ ୧୮୪୬ ବୁଥ୍‌ରେ  ୧୫ ଲକ୍ଷ ମତଦାତା

ସୁନ୍ଦରଗଡ଼: ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ ସୁନ୍ଦରଗଡ଼ ଲୋକସଭା ଆସନ ସହ ୭ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧୮ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆୟୋଜିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ନିର୍ବାଚନ ଆଚରଣବିଧିକୁ କଡ଼ାକଡ଼ି କରିବା ସହ ଶୃଙ୍ଖଳିତ ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ୨୨ ଲକ୍ଷ ୪୭ ହଜାର ୬୬୨ ଜନସଂଖ୍ୟା ବିଶିଷ୍ଟ ସୁନ୍ଦରଗଡ଼ ଜିଲ୍ଲାର ଲୋକସଭା ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ। ଏହାର ମତଦାତାଙ୍କ ସଂଖ୍ୟା ୨୦୧୯ ଜାନୁଆରି ୨୧ ତାରିଖ ସୁଦ୍ଧା ୧୫ ଲକ୍ଷ ୯୩୨। ତନ୍ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୭୫୨୦୨୨, ମହିଳାଙ୍କ ସଂଖ୍ୟା ୭୪୮୮୦୧ ଓ ତୃତୀୟ ଲିଙ୍ଗ ୧୦୯ ଜଣ। ଏବେ ପୁଣି ନୂଆ ନାମ ସଂଯୋଗ ହେଉଥିବାରୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ମତଦାନ ପାଇଁ ୭ଟି ବିଧ‌ାନସଭା କ୍ଷେତ୍ରରେ ୧୮୪୬ଟି ବୁଥ୍‌ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୫୮୩ ସମ୍ବେଦନଶୀଳ ବୁଥ୍‌ ରହିଛି। ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ମାର୍ଚ୍ଚ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୯ରୁ ୨୬ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ସାଧାରଣ ବର୍ଗର ବିଧାନସଭା ପ୍ରାର୍ଥୀ ମନୋନୟନ ପତ୍ର ପାଇଁ ୧୦ ହଜାର ଟଙ୍କା ଜମା ଦେବେ। ଅନୁସୂଚୀତ ଜାତି ଓ ଜନଜାତି ସଂରକ୍ଷିତ ବର୍ଗ ପାଇଁ ୫ ହଜାର ଟଙ୍କା ଜମା ଦେବାକୁ ପଡ଼ିବ। ସେହିପରି ଲୋକସଭାରେ ସାଧାରଣବର୍ଗର ପ୍ରାର୍ଥୀ ୨୫ ହଜାର ଟଙ୍କା ଓ ଅନୁସୂଚୀତ ଜାତି ଓ ଜନଜାତି ସଂରକ୍ଷିତ ବର୍ଗ ୧୨୫୦୦ ଟଙ୍କା ଦେଇ ମନୋନୟ ଫର୍ମ ନେଇପାରିବେ। ମନୋନୟନ ସମୟରେ ପ୍ରାର୍ଥୀମାନଙ୍କ ପାନ୍‌କାର୍ଡ ଓ ଶପଥପାଠକୁ ବାଧ୍ୟତାମୂଳକ କରାଯାଇଛି। ଜଣେ ପ୍ରାର୍ଥୀ ୨ଟି ସେଟ୍‌ ମନୋନୟ ପତ୍ର ଦାଖଲ କରିପାରିବେ। ଏଥିରେ ସେହି ନିର୍ବାଚନମଣ୍ଡଳୀର ୧୦ ଜଣ ପ୍ରସ୍ତାବକ ରହିବେ। ପ୍ରାର୍ଥୀପତ୍ର ଦାଖଲ ସମୟରେ ରିଟର୍ନିଂ ଅଫିସରଙ୍କ ପାଖକୁ ପ୍ରାର୍ଥୀଙ୍କ ସହ ୫ ଜଣ ଯାଇପାରିବେ। ବିଧାନସଭା ପ୍ରାର୍ଥୀ ୨୮ ଲକ୍ଷ ଓ ଲୋକସଭା ପ୍ରାର୍ଥୀ ୭୦ ଲକ୍ଷ ଅତି ବେଶିରେ ଖର୍ଚ୍ଚ କରିବେ। ମନୋନୟନ ପତ୍ର ଦାଖଲ ସମୟରେ ପ୍ରାର୍ଥୀମାନେ ନିର୍ବାଚନ ଖର୍ଚ୍ଚ କରାଯାଉଥିବା ବ୍ୟାଙ୍କ ପାସ୍‌ବୁକ୍‌ର ନମ୍ବର ଓ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe