ଲିଟିବେଡାରେ ନିଆରା ଫୁଟବଲ ଟୁର୍ଣ୍ଣାମେଣ୍ଟ; ବରିହା ଗଡପୋଷ ଚାମ୍ପିଆନ

ଲିଟିବେଡାରେ ନିଆରା ଫୁଟବଲ ଟୁର୍ଣ୍ଣାମେଣ୍ଟ; ବରିହା ଗଡପୋଷ ଚାମ୍ପିଆନ

କୁତ୍ରା: କୁତ୍ରା ବ୍ଲକ କଟଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଟିବେଡା ଉପରପଡାର ମହିଳା ସ୍ବୟଂସହାୟକ ଗୋଷ୍ଠୀ ଦ୍ବାରା ୩୨ ଟି ଟିମକୁ ନେଇ ଆୟୋଜିତ ପାଞ୍ଚ ଦିନିଆ ନାଇଟ୍ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। କୁତ୍ରା ବ୍ଲକରେ ପ୍ରଥମ କରି ଏକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଦ୍ବାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା।

ସର୍ବ ପ୍ରଥମେ ମା’ ଲକ୍ଷ୍ମୀ ସ୍ବୟଂସହାୟକ ଗୋଷ୍ଠୀ ଦ୍ବାରା ଏକ କିଶାନ ନାଚ ପରିବେଷଣ ହୋଇଥିଲା। ଏଥିରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ପୁରସ୍କୃତ କୃତି ଶିକ୍ଷକ ବିଭୀଷଣ ବାରିକ ଯୋଗଦେଇ ମହିଳା ସ୍ବୟଂସହାୟକ ଗୋଷ୍ଠୀର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଗ୍ରାମାଞ୍ଚଳରେ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସିବ ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବେ କଟଙ୍ଗ ସରପଞ୍ଚ ପୁଷ୍ପା କେରର୍କେଟା, ଝାରବେଡା ସରପଞ୍ଚ ଗଙ୍ଗାରାମ ମିଞ୍ଜ,କିରିଙ୍ଗସେରା ସରପଞ୍ଚ ରମେଶ ଏକ୍କା ,କୁତ୍ରା ବ୍ଲକ ବିଜେଡି ସଭାପତି ପ୍ରସନ୍ନ ବାଗ, ପୂର୍ବତନ ସରପଞ୍ଚ ରଞ୍ଜିତ ଟପ୍ପୋ, ପ୍ରଶାନ୍ତ ସାହୁ, ମହମ୍ମଦ ସାନୁଲ୍ଲା, ଦିଲିପ ବେହେରା, ଦିପକ ମିଶ୍ର,ଅର୍ଜୁନ ଜୟପୁରିଆ, ବିକି ବାଗ ପ୍ରମୁଖ ଅତିଥୀ ଗଣ ସ୍ବୟଂସହାୟକ ଗୋଷ୍ଠୀର ଏଭଳି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ।

ପାଞ୍ଚ ଦିନ ଧରି ଚାଲିଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ଖେଳ ବରିହା ଗଡପୋଷ ଓ ରାଉରକେଲା ମଧ୍ୟରେ ହୋଇଥିଲା ଏଥିରେ ବରିହା ଗଡପୋଷ ଦଳ ପେନାଲଟି ସୁଟ ଆଉଟରେ ୪/୨ ଗୋଲରେ ଚାମ୍ପିଆନ ହୋଇଛନ୍ତି । ଏଥିରେ ପ୍ରଥମ ,ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିବା ଦଳଗୁଡିକୁ ଅତିଥୀଙ୍କ ଦ୍ବାରା ଖାସି ପ୍ରଦାନ କରାଯାଇଛି।

ଏହି ଖେଳଟିକୁ ତସିଲ ମିଞ୍ଜ ଓ କପିଲ କୁଜୁର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଶରଥ ଟପ୍ପୋ, ଦଶରଥ ମିଞ୍ଜ,ଅଲେଖ ଟପ୍ପୋ,କିଶୋର ଲାକଡା ,ଅନିଲ ମିଞ୍ଜ,ରାଜେନ୍ଦ୍ର ଟପ୍ପୋ ସହଯୋଗ କରିଥିବା ବେଳେ ସ୍ବୟଂସହାୟକ ଗୋଷ୍ଠୀ ତରଫରୁ ଅସରିତା ଲାକଡା, ସରୋଜିନୀ ଟପ୍ପୋ, ଅଞ୍ଜଳୀ କୁଜୁର, ସ୍ନେହଲତା ମିଞ୍ଜ,ଅଙ୍କିତା ମିଞ୍ଜ,ପ୍ରମୋଦିନୀ ମିଞ୍ଜ,ସୁନ୍ଦରୀ ଟପ୍ପୋ ସୁକାନ୍ତି ମିଞ୍ଜ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe