ପିକ ଅପ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

Advertisment
ପିକ ଅପ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ରାଉରକେଲା: ପାନପୋଷ ବାଇପାସ ରୋଡ କଳିଙ୍ଗ ଟ୍ରମା ସେଣ୍ଟର ନିକଟରେ ପିକ ଅଫ ଧକ୍କାରେ ଜଣେ ମୋଟର ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନାହିଁ। ଘଟଣାସ୍ଥଳରୁ ପିକ ଅପ ଛାଡ଼ି ଚାଳକ ଫେରାର ହୋଇଯାଇଛି। ରଘୁନାଥପାଲ୍ଲୀ ପୁଲିସ ମୋଟର ବାଇକ ଆରୋହୀଙ୍କ ଶବ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଛି।

publive-image

ଦୁର୍ଘଟଣାଗ୍ରସ୍ତ ମୋଟର ବାଇକ ଓ ପିକ ଅଫ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ। ମୋଟର ବାଇକ ଆରୋହୀ ସିଭିଲଟାଉନସିପରୁ ବାଇପାସ ରୋଡକୁ ବାହାରୁ ଥିଲା। ସମ୍ମୁଖ ପଟୁ ଦ୍ରୁତ ଗତିରେ ଆସୁଥିବା ପିକ ଅପ ମୋଟର ବାଇକକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe