ସମୂହ ଦୀପ ଜାଳିଲେ, ରକ୍ତଦାନ କଲେ

ବିଶିଷ୍ଟ ଶିଳ୍ପପତି ଇଂ ଦୀପ୍ତିରଂଜନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିବସକୁ ସମାରୋହରେ ପାଳନ କରିଛନ୍ତି ଶୁଭେଚ୍ଛୁ। ଉତ୍ସାହଉଦ୍ଦୀପନାର ସହ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ତାଙ୍କ ଦୀର୍ଘାୟୁ କାମନାକରି ସମୂହ ଦୀପଦାନ କରାଯାଇଥିଲା।

ରାଉରକେଲା: ବିଶିଷ୍ଟ ଶିଳ୍ପପତି ଇଂ ଦୀପ୍ତିରଂଜନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିବସକୁ ସମାରୋହରେ ପାଳନ କରିଛନ୍ତି ଶୁଭେଚ୍ଛୁ। ଉତ୍ସାହଉଦ୍ଦୀପନାର ସହ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ତାଙ୍କ ଦୀର୍ଘାୟୁ କାମନାକରି ସମୂହ ଦୀପଦାନ କରାଯାଇଥିଲା। ପୂର୍ବାହ୍ନରେ ସିଭିଲ ଟାଉନସିପ୍‌ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ସମାଜସେବୀ ପ୍ରମୋଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ମୋଟ ୮୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।  ଅନ୍ୟର ଜୀବନ ସ୍ପନ୍ଦନକୁ ଜାରି ରଖୁଥିବା ରକ୍ତଦାନ ଅପୂର୍ବ ଆନନ୍ଦ ଦେଇଥାଏ ବୋଲି କହିଥିଲେ। ବହୁ ମହିଳା ଓ ଯୁବକଯୁବତୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ।

publive-image

ପୂର୍ବତନ କାଉନସିଲର ବୀରେନ ସେନାପତି, ସାମାଜସେବୀ ପ୍ରଶାନ୍ତ ସେଠୀ, କୈଳାସ  ସାହୁ, ବିଭୁତି ପୁହାଣ, ଜ୍ୟୋତ୍ସ୍ନା ନାୟକ, ସଞ୍ଜିତ ଛୋଟରାୟ, ମହମ୍ମଦ ସମସେର୍‌, ଇଜାଜ୍‌ ଅହମ୍ମଦ, ବିକାଶ ଶୁକ୍ଲା, ସୁଧାଂଶୁ ସାମଲ, ଭଞ୍ଜ ସିଂ ଭଞ୍ଜ, ପ୍ରିୟଙ୍କା ପ୍ରଧାନ, ମିନତି ଜେନାଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ। ସନ୍ଧ୍ୟାରେ କୋଏଲନଗର ଡି’ ବ୍ଲକସ୍ଥ ହନୁମାନ ମନ୍ଦିରରେ ସମୂହ ଦୀପଦାନ କରାଯାଇଥିଲା।

ଶିକ୍ଷାବିତ୍ ଜୟଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା ପରେ ମହିଳାମାନେ ଶିଳ୍ପପତି ଇଂ ପଟ୍ଟନାୟକଙ୍କ ଦୀର୍ଘଜୀବନ କାମନା କରି ସମୂହ ଦୀପଦାନ କରିଥିଲେ। ଏହାସହ ପରସ୍ପର ମିଠା ଖୁଆଇ ଜନ୍ମଦିନ ପାଳିଥିଲେ। କାର୍ଯ୍ୟକ୍ରମରେ ଆଇନଜୀବୀ ନାରାୟଣ ପ୍ରଧାନ, ଆରତୀ ଚୌଧୁରୀ, ମଞ୍ଜୁ ଦାସ, ଗୌରୀ କୁମ୍ଭାର, ବନ୍ଦିତା ଜେନା, ଗୌରୀ ଶଙ୍କର ମିଶ୍ର, ଦିଲୀପ ମହାନ୍ତି, ଆଦିତ୍ୟ ମହାନ୍ତି, ଦେବେନ୍ଦ୍ର ନାୟକ, ରମେଶ ରଥ, ନରେଶ ସ୍ୱାଇଁ, ଆଲୋକ ଦାସ, ଶିଶିର ମୁଦାଲି, ଚକ୍ରଧର ମଲ୍ଲିକ, ସୁରେନ୍ଦ୍ର ରାଉତ, ମୀନତି ସାହୁଙ୍କ ସମେତ ଶତାଧିକ ମହିଳା, ପୁରୁଷ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe