୨୦ ବର୍ଷ ପରେ ଫେରାର୍‌ ମ୍ୟାନେଜରକୁ ଗିରଫ କଲା ସିବିଆଇ

Advertisment
୨୦ ବର୍ଷ ପରେ ଫେରାର୍‌ ମ୍ୟାନେଜରକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର : ରାଉରକେଲା ସ୍ଥିତ ଏକ ଘରୋଇ ସଂସ୍ଥାରୁ ୧.୨୦ ଲକ୍ଷ ଟଙ୍କା ଠକେଇ ଘଟଣାରେ ଫେରାର୍‌ ଥିବା ସଂସ୍ଥାର ମ୍ୟାନେଜରକୁ ଦୀର୍ଘ ୨୦ ବର୍ଷ ପରେ ସିବିଆଇ ଗିରଫ କରିଛି। ତାଙ୍କ ନାଁ ଶିବଶଙ୍କର ଦେ। ଶିବଶଙ୍କରଙ୍କୁ ଗୁରୁବାର ସକାଳେ ସିବିଆଇର ଏକ ଟିମ୍‌ ପଶ୍ଚିମବଙ୍ଗର ଘୋଲ ଥାନା ଅଧୀନ ବିଲକାଣ୍ଡା ନାଭାପଲ୍ଲୀରୁ ଗିରଫ କରିଛି। ଭୁବନେଶ୍ୱର ସିବିଆଇ ଦୁର୍ନୀତି ନିବାରଣ ଶାଖାର ଏକ ଟିମ୍‌ ଗୁରୁବାର ରାତି ୩ଟାରେ ଶିବଶଙ୍କର ଘର ଉପରେ ଚଢ଼ଉ କରି ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଶିବଶଙ୍କରକୁ ପଶ୍ଚିମବଙ୍ଗର କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି ବୋଲି ଏସ୍‌ପି ପି କେ ମାନଝୀ ସୂଚନା ଦେଇଛନ୍ତି।

ମାମଲାରୁ ଜଣାପଡ଼ିଛି, ୧୯୯୭ ମସିହାରେ ଶିବଶଙ୍କର ରାଉରକେଲାରେ ଆର୍‌ ବି ରୁଚିରାମ ଖଟ୍ଟର ଆଣ୍ଡ୍‌ ସନ୍ସ ନାମକ ଏକ ଘରୋଇ ସଂସ୍ଥାରେ ମ୍ୟାନେଜର ଭାବେ ଚାକିରି କରିଥିଲେ। ସେତେବେଳେ ଶିବଶଙ୍କର କମ୍ପାନିର ଏକ ଚେକ୍‌ରେ ୧.୨୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe