ଗୃହ ଋଣ ନାଁରେ ଠକେଇ:ଯୁବତୀଙ୍କଠୁ ଲୁଟିଲେ ୮୦ ହଜାର

Advertisment
ଗୃହ ଋଣ ନାଁରେ ଠକେଇ:ଯୁବତୀଙ୍କଠୁ ଲୁଟିଲେ ୮୦ ହଜାର

ରାଉରକେଲା: ଅନ୍‌ ଲାଇନରେ ଗୃହ ଋଣ ଯୋଗାଇ ଦେବା ନାଁରେ ନୂଆଦିଲ୍ଳୀର ସ୍କାଏ ଲାଇନ୍‌ ଫାଇନାନ୍ସ କମ୍ପାନୀ ଛେଣ୍ଡକଲୋନୀ ଧାମରା ବସ୍ତିର ଜଣେ ଯୁବତୀଙ୍କଠୁ ପ୍ରାୟ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଆଜି ଯୁବତୀ ଜଣକ ସମାଜସେବୀ ମିନତୀ ଦେବତାଙ୍କ ନେତୃତ୍ୱରେ ଛେଣ୍ଡ ଓ ସାଇବର ଥାନାରେ ସମ୍ପୃକ୍ତ କମ୍ପାନୀ ନାଁରେ ଲିଖିତ ଏତଲା ଦେଇଛନ୍ତି। ଯୁବତୀଙ୍କ ଲିଖିତ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସମାଜସେବୀ ଦେବତା ଏତଲାରେ ଦର୍ଶାଇଛନ୍ତି, ସେ ତାଙ୍କ ମା’ ସୁମିତ୍ରା ସିନ୍ଦ୍ରିଆଙ୍କ ନାଁରେ ନୂଆଦିଲ୍ଲୀସ୍ଥିତ ସ୍କାଏ ଲାଇନ ବୀମା କମ୍ପାନୀରୁ ଅନ୍‌ ଲାଇନରେ ଗୃହ ଋଣ ପାଇଁ ଗତ ୧୩ ଜୁନ୍‌ରେ ଆବେଦନ କରିଥିଲେ। ୨୭ ଜୁନ୍‌ରେ ପ୍ରାଇମିନିଷ୍ଟରର୍ସ ଏମ୍ପ୍ଲୋଏମେଣ୍ଟ ଜେନେରେସନ ପୋଗ୍ରାମ୍‌ (ପିଏମ୍‌ଇଜିପି) ଜରିଆରେ ୩ ଲକ୍ଷ ୩୦ହଜାର ଟଙ୍କାର ଗୃହ ଋଣ ମଞ୍ଜୁର ହୋଇଯାଇଛି ବୋଲି ବୀମା କମ୍ପାନୀ ଜଣେ କର୍ମଚାରୀ ଫୋନ କରି ଯୁବତୀଙ୍କୁ କହିଥିଲେ।

ଏହା ସହ ଯୁବତୀଙ୍କ ଇ- ମେଲ୍‌ ଠିକଣାରେ ପିଏମ୍‌ଇଜିପିର ଯୋଜନାରେ ଗୃହଋଣ ଅନୁମୋଦର ଚିଠି ମଧ୍ୟ ପଠାଇଥିଲେ। ପରେ ବୀମା କର୍ମଚାରୀଙ୍କର ପ୍ରୋସେସିଂ ଫି ଓ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ବାବଦରେ ୨୦ ହଜାର ଟଙ୍କା ଜମା କରିବାକୁ ଯୁବତୀଙ୍କୁ କହିଥିଲେ। ପଞ୍ଜାବ ନେସନାଲ ବ୍ୟାଙ୍କ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କର୍ମସର ଅଞ୍ଜନା ସିଂ, ମିଥିଲେଶ ସିଂରେ ଥିବା ଦୁଇଟି ଆକାଉଣ୍ଟ ନମ୍ବର ଦେଇଥିଲେ। ଯୁବତୀ ଜଣକ ପ୍ରଥମ ପ୍ରର୍ଯ୍ୟାୟରେ ଦୁଇଟି ଆକାଉଣ୍ଟରେ ୧୦ ହଜାର ଲେଖାଏଁ କରି ୨୦ ହଜାର ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ବୀମା କର୍ମଚାରୀ ଜଣକ ପୁଣି କଲ୍‌ କରି ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅବଶିଷ୍ଟ ୧୫ ହଜାର ଟଙ୍କା ଜମା କରିବାକୁ କହିଥିଲେ। ଯୁବତୀ ଜଣକ ସେହି ଅନୁଯାୟୀ ୧୫ ହଜାର ଟଙ୍କା ମଧ୍ୟ ଜମା କରିଥିଲେ। କିନ୍ତୁ ଅନୁମୋଦ ଅନୁଯାୟୀ ଗୃହଋଣ ଟଙ୍କା ଆକାଉଣ୍ଟକୁ ନ ଆସିବାରୁ ସେ ଏ ବିଷୟରେ ବୀମା କର୍ମଚାରୀଙ୍କ ସହ କଥା ହୋଇଥିଲେ। ମାତ୍ର କର୍ମଚାରୀଙ୍କ ଯୁବତୀଙ୍କୁ ବିଭିନ୍ନ ଆଳ ଦେଖାଇ ପୁଣି ୧୨ ହଜାର ୯୦୦ ଟଙ୍କା ଜମା କରିବାକୁ କହିଥିଲେ। ଯୁବତୀ ଜଣକ ଏମିତି କରି ଦୁଇଟି ଆକାଉଣ୍ଟରେ ପ୍ରାୟ ୮୦ହଜାର ଟଙ୍କା ଜମା କରିଥିଲେ। ଯୁବତୀ ଜଣଙ୍କ ବୀମା କର୍ମଚାରୀଙ୍କ ଦେଇଥିବା ମୋବାଇଲ ନମ୍ବରରେ କଲ୍‌ କରିଥିଲେ। ବୀମା କର୍ମଚାରୀ ଜଣକ ଆଦୌ ଫୋନ୍‌ ନ ଉଠାଇବାରୁ ଯୁବତୀଙ୍କର ସନ୍ଦେହ ହୋଇଥିଲା। କୌଣସି ଉପାୟ ନ ପାଇ ଯୁବତୀ ଜଣକ ଠକାମି ସମ୍ପର୍କରେ ମିନତୀ ଦେବତାଙ୍କୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe