ଉପାନ୍ତ ବ୍ଲକରେ ଥମୁନି ହାତୀଙ୍କ ଉତ୍ପାତ: ଶିଶୁ ଗୁରୁତର, ଭଉଣୀ ଆହତ

Advertisment
ଉପାନ୍ତ ବ୍ଲକରେ ଥମୁନି ହାତୀଙ୍କ ଉତ୍ପାତ: ଶିଶୁ ଗୁରୁତର, ଭଉଣୀ ଆହତ

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍ ହେଡକ୍ଵାର୍ଟର ଠାରୁ ମାତ୍ର ତିନି କିଲୋମିଟର କାଦୋଡିହା ହାଟିଂଠାରେ ଆଜି ଭୋର୍ ଚାରିଟା ବେଳେ ୧୮ ଗୋଟି ହାତୀପଲ ଗ୍ରାମର ରାସ୍ତା ଦେଇ ଜଙ୍ଗଲ ଯିବା ବେଳକୁ ଗ୍ରାମ ଶେଷ ପ୍ରାନ୍ତରେ ଥିବା ମୁନୁ ଲୋହାରଙ୍କ ଘର ଭାଙ୍ଗି ଚୁରମାର କରିବା ସହ ଚାଉଳ ଖାଇଦେଇଥିଲେ। ଠିକ୍ ସେତିକିବେଳେ ଘରେ ଦୁଇ ଭାଇ ଭଉଣୀ ଘର ଭିତରେ ଶୋଇଥିଲେ। ଗୋଟେ ହାତୀ ଶିଶୁ ଶୁଭମ୍ ଲୋହାର( ୬)ର ଗୋଡ଼ ଉପରେ ଚଢ଼ିଯାଇଥିଲା।

ଏହାଫଳରେ ତାର ଗୋଡ଼ ଭାଙ୍ଗି ତିନି ଖଣ୍ଡ ହୋଇଯାଇଥିଲା। ଅନ୍ୟପଟେ ଭଉଣୀ ଚତୁରତାର ସହ ଖସି ଆସିଥିଲେ। ମାତ୍ର ଭଉଣୀର ଅଣ୍ଟାରେ ଇଟା ପଡ଼ିଯିବାରୁ ଆଘାତ ଲାଗିଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ରାଉରକେଲାର ସରକାରୀ ଡାକ୍ତରଖାନାକୁ ତାକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe