ପ୍ରଦୂଷଣ ନିୟମ ଉଲ୍ଲଂଘନ: ବଜରଙ୍ଗ ଟ୍ରେଡର୍ସ କୋଲ୍‌ ୱାସେରି ସିଲ୍

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ ବଜରଙ୍ଗ ଟ୍ରେଡର୍ସକୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ନିର୍ଦେଶ ଦିଆଯାଇଥିଲା। ହେଲେ ଏହି ନିର୍ଦେଶକୁ ଚ୍ୟାଲେଞ୍ଜକରି କାରଖାନା କର୍ତ୍ତୃପକ୍ଷ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବଜରଙ୍ଗ ଟ୍ରେଡର୍ସକୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ନିର୍ଦେଶ ଦିଆଯାଇଥିଲା। ହେଲେ ଏହି ନିର୍ଦେଶକୁ ଚ୍ୟାଲେଞ୍ଜକରି କାରଖାନା କର୍ତ୍ତୃପକ୍ଷ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।

be757da2-b0b5-452e-a0b0-8b44f07f4051

କୁଆରମୁଣ୍ଡା: ବାରମ୍ବାର ତାଗିଦ୍ ସତ୍ତ୍ଵେ ପ୍ରଦୂଷଣ ନିୟମକୁ ଉଲ୍ଲଂଘନ କରୁଥିବା କୁଆରମୁଣ୍ଡାର ବଜରଙ୍ଗ ଟ୍ରେଡର୍ସ କୋଲ୍ ୱାସେରିକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସିଲ୍ କରାଯାଇଛି। ଏହି ସମୟରେ ମାଜିଷ୍ଟ୍ରେଟ୍‌ ଭାବେ କୁଆରମୁଣ୍ଡା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ, ଶାନ୍ତିଶୃଙ୍ଖଳା ବଜାୟ ନିମନ୍ତେ ବୀରମିତ୍ରପୁର ଆଇଆଇସି ରାମପ୍ରସାଦ ନାଗ, କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମାଜିଷ୍ଟ୍ରେଟ୍‌ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ପ୍ରଦୂଷଣ ବିଭାଗର ଅଧିକାରୀ ପ୍ରୀତମ ପତି, ସୌମ୍ୟରଞ୍ଜନ ପ୍ରଧାନ, ରମଣୀରଞ୍ଜନ ଦାସ ପ୍ରମୁଖ କାରଖାନାକୁ ସିଲ୍ କରିଛନ୍ତି।

 ଏହି ସମୟରେ କୁଆରମୁଣ୍ଡା ଟାଟାପାୱାର କର୍ମଚାରୀ ଉପସ୍ଥିତ ରହି କାରଖାନାର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ। ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ବଜରଙ୍ଗ ଟ୍ରେଡର୍ସକୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ନିର୍ଦେଶ ଦିଆଯାଇଥିଲା। ହେଲେ ଏହି ନିର୍ଦେଶକୁ ଚ୍ୟାଲେଞ୍ଜକରି କାରଖାନା କର୍ତ୍ତୃପକ୍ଷ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ମାତ୍ର ଉଚ୍ଚନ୍ୟାୟାଳୟର ଆଦେଶକୁ ଖିଲାପ କରିଥିବା ପ୍ରଦୂଷଣ ବିଭାଗର ଯାଞ୍ଚ ସମୟରେ ଧରାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe