ସୁନ୍ଦରଗଡ଼/ ବନ୍ଧମୁଣ୍ଡା (ଦେବ କୁମାର ଦେ): ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଠାରେ ପୁଣି ଥରେ ସକ୍ରିୟ ହେଇ ଉଠିଛି ଚୋର ଗ୍ୟାଙ୍ଗ। ଗୋଟିଏ ମାସର ବେବଧ୍ୟାନ ପରେ ବୁଧବାର ଚୋର ଗ୍ୟାଙ୍ଗ ପୁଣି ଥରେ ୧୦୦ ମିଟର ବିଜୁଳି ତାରକୁ ବିଦ୍ୟୁତ୍ ଖୁଣ୍ଟରୁ ଚୋରି କରି ନେଇଛି। ବନ୍ଧମୁଣ୍ଡା ସି-ସେକ୍ଟର ରେଳବାଇ କଲୋନିର କ୍ୱାର୍ଟର ସଂଖ୍ୟା ସି-୮୪ରୁ ୮୯ ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟରୁ ଏହି ତାର ଚୋରି ହେଇଥିବା ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ତିନିଟା ବେଳେ ହଟାତ ଅଞ୍ଚଳରେ ବିଦ୍ୟୁତ୍ କାଟ ହେଉ ଥିଲା। ଅଞ୍ଚଳର ଲୋକମାନେ ଭାବି ଥିଲେ ଯେ କୋଣସି ବିଦ୍ୟୁତ୍ ତ୍ରୁଟି ପାଇଁ ବିଜୁଳି ସେବା ବନ୍ଦ କରା ଯାଇଅଛି। ମାତ୍ର ସକାଳେ ଘରରୁ ବାହାରିବା ବେଳେ ଲୋକମାନେ ଦେଖି ଥିଲେ ଯେ ତାଙ୍କର ଘର ସାମ୍ନାରେ ବିଜୁଳି ଖୁଣ୍ଟରେ ବିଜୁଳି ତାର ଚୋରି ହେଇ ଯାଇଅଛି। ଯାହା ପରେ ସେମାନେ ଏହି ସମ୍ପର୍କରେ ରେଳବାଇ ବିଜୁଳି ବିଭାଗକୁ ସୂଚନା ଦେଇଥିଲେ। ଯାହା ପରେ ବିଜୁଳି ବିଭାଗର କର୍ମଚାରି ଘଟଣାସ୍ଥଳରେ ପହୁଁଚି ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ ନୂଆ ବିଜୁଳି ତାର ସଂଯୋଗ କରିଲେ। ଯାହା ପରେ ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଉକ୍ତ ଅଞ୍ଚଳରେ ବିଜୁଳି ସେବା ଆରମ୍ଭ ହେଇ ଥିଲା। ଏ ସମ୍ପର୍କରେ ଏବେ ଯାଏ ବନ୍ଧମୁଣ୍ଡା ଥାନାରେ କୋଣସି ମାମଲା ରଜୁ ହେଇ ନାହିଁ।
ଆହୁରି ପଢ଼ନ୍ତୁ: Security Force: ସୁରକ୍ଷାବଳଙ୍କୁ ବଡ଼ ସଫଳତା: ମାଓବାଦୀଙ୍କ ଲ୍ୟାଣ୍ଡମାଇନ କଲେ ନିଷ୍କ୍ରିୟ
ଉଲ୍ଲେଖନୀୟ ଯେ ଗତ ପାଞ୍ଚ ମାସ ମଧ୍ୟରେ ବନ୍ଧମୁଣ୍ଡା ରେଳବାଇ କଲୋନୀରେ ପ୍ରାୟ ତିନି ହଜାର ମିଟର ତମ୍ବାରେ ନିର୍ମିତ ବିଜୁଳି ତାରକୁ ଚୋର ଗ୍ୟାଙ୍ଗ ଟାର୍ଗେଟ କରି ସାରିଛି। ମାତ୍ର ଏହି ଚୋର ଗ୍ୟାଙ୍ଗକୁ ଧରିବାରେ ପୁଲିସ ବିଫଳ ହେଉଛନ୍ତି। ଅଞ୍ଚଳର ଲୋକମାନେ ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ରାଉଲକେଲା ଏସପିଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/04/electric-2026-03-04-23-18-46.jpg)