Advertisment

Crypto: କ୍ରିପ୍ଟୋରେ ବିନିଯୋଗ ନାଁରେ ସାଢ଼େ ୩ କୋଟି ଠକେଇ: ଅଭିଯୁକ୍ତକୁ ବାନ୍ଧିଲା ଛେଣ୍ଡ ପୁଲିସ, ଦେଶରେ ରହିଛି ମୋଟ ୯୬ ମାମଲା

Advertisment

ରାଉରକେଲା ପୁଲିସର ମ୍ୟୁଲ୍‌ ଆକାଉଣ୍ଟ ଧରପଗଡ଼ ମଧ୍ୟରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ କ୍ରିପ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ କରାଇବା ଆଳରେ ୩ କୋଟି ୪୮ ଲକ୍ଷ ୯୯ ହଜାର ୨୦୨ ଟଙ୍କା ଠକେଇ କରିଛନ୍ତି। ଆଉ ଏହି ଟଙ୍କା ହେରଫେର ପାଇଁ ଏକ ମ୍ୟୁଲ୍‌ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।

ରାଉରକେଲା ପୁଲିସର ମ୍ୟୁଲ୍‌ ଆକାଉଣ୍ଟ ଧରପଗଡ଼ ମଧ୍ୟରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ କ୍ରିପ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ କରାଇବା ଆଳରେ ୩ କୋଟି ୪୮ ଲକ୍ଷ ୯୯ ହଜାର ୨୦୨ ଟଙ୍କା ଠକେଇ କରିଛନ୍ତି। ଆଉ ଏହି ଟଙ୍କା ହେରଫେର ପାଇଁ ଏକ ମ୍ୟୁଲ୍‌ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।

crypto currency

ରାଉରକେଲା: ରାଉରକେଲା ପୁଲିସର ମ୍ୟୁଲ୍‌ ଆକାଉଣ୍ଟ ଧରପଗଡ଼ ମଧ୍ୟରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ କ୍ରିପ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ କରାଇବା ଆଳରେ ୩ କୋଟି ୪୮ ଲକ୍ଷ ୯୯ ହଜାର ୨୦୨ ଟଙ୍କା ଠକେଇ କରିଛନ୍ତି। ଆଉ ଏହି ଟଙ୍କା ହେରଫେର ପାଇଁ ଏକ ମ୍ୟୁଲ୍‌ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତହେଲେ ଛେଣ୍ଡ ଏମ୍‌ଆଇଜି/୨-୩୨୮ର ମନୋରଞ୍ଜନ ସାମଲ(୪୩)। ସେ ବ୍ୟବହାର କରୁଥିବା ଆକାଉଣ୍ଟ ନାଁରେ ଦେଶରେ ମୋଟ ୯୬ଟି ମାମଲା ରୁଜୁ ହୋଇଛି। ଏନେଇ ଜାତୀୟ ସାଇବର କ୍ରାଇମ୍‌ ପୋର୍ଟାଲରେ ମାମଲା ହୋଇଛି।

ସୂଚନାନୁଯାୟୀ, ପୁଲିସ ଅପରେସନ୍‌ ‘ସାଇବର କବଚ୍‌’ ଅଧୀନରେ ଗତ ୨ ବର୍ଷ ମଧ୍ୟରେ ସହରରେ ବେଆଇନ ନେଣଦେଣ ହୋଇଥିବା ଆକାଉଣ୍ଟକୁ ଯାଞ୍ଚ କରାଯାଉଛି। ଏହିଭଳି ଏକ ଆକାଉଣ୍ଟ ଛେଣ୍ଡର ମନୋରଞ୍ଜନ ମିଶ୍ରଙ୍କର ରହିଥିଲା। ସେ ପେସାରେ ଜଣେ ମସଲା ବ୍ୟବସାୟୀ ହୋଇଥିବାବେଳେ ତାଙ୍କର ସେକ୍ଟର ଅଞ୍ଚଳରେ ଏକ ଗୋଦାମ ରହିଛି। ୨୦୨୫ ଜୁନ୍‌ ୧୪ ତାରିଖରେ ସେ ଛେଣ୍ଡ ହାଉସିଂ କଲୋନି ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏକ ଆକାଉଣ୍ଟ ଖୋଲିଥିଲେ।

କ୍ରିପ୍ଟୋ କରେନ୍ସିରେ ବିନିଯୋଗ କରାଇବା ନାଁରେ ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ। ତେବେ ୨୦୨୫ ଜୁନ୍‌ ୧୪ରୁ ୨୦୨୬ ଫେବୃଆରି ୨୪ ତାରିଖ ମଧ୍ୟରେ ସେ ସାଢ଼େ ୩ କୋଟି ଟଙ୍କାର ଠକେଇ କରିଥିବା ନେଇ କେନ୍ଦ୍ରସରକାରଙ୍କ ଜାତୀୟ ସାଇବର କ୍ରାଇମ୍‌ ପୋର୍ଟାଲରୁ ତଥ୍ୟ ମିଳିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଡାକି ପଚରାଉଚରା କରିଥିଲା। ସେ ୱାଇବିୱାଇ ନାମ ଏକ ଲିଙ୍କରେ ଲୋକଙ୍କୁ ଟଙ୍କା ବିନିଯୋଗ କରିବାକୁ କହୁଥିଲା। ଖୁବ୍‌ କମ୍‌ ଦିନ‌ରେ ଅଧିକ ଲାଭ ପାଇବେ କହି ଶହଶହ ଲୋକଙ୍କୁ ଠକୁଥିଲା। ତେବେ ସାଇବର ଠକେଇ ମାମଲାରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe