ଗର୍ଜନବାହାଲ ସ୍କୁଲ ପଛପଟୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

Advertisment
ଗର୍ଜନବାହାଲ ସ୍କୁଲ ପଛପଟୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼:  ଆଜି ସକାଳୁ ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ପଛପଟ କୁସୁମ ଗଛ ତଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ଦୁର୍ଗାପ୍ରସାଦ ଖଣ୍ଡା। ତ‌ାଙ୍କ ଘର ଝାରସୁଗୁଡା ଜିଲ୍ଲା ବେଲପାହାଡ ନିକଟ ଗୁମେଡେରାରେ ବୋଲି ଜଣାଯାଇଛି।

ଗର୍ଜନବାହାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଦୁର୍ଗା ହଷ୍ଟେଲରେ ରହୁଥିଲେ। ଗତକାଲି ରାତିରେ ହଷ୍ଟେଲର ଉପସ୍ଥାନ ପକାଯିବା ବେଳେ ସେ ନଥିବା ଜଣାପଡିଥିଲା। ସ୍କୁଲ କର୍ତ୍ତୃପକ୍ଷ ଖୋଜାଖୋଜି କରିଥିଲେ ବି ଦୁର୍ଗାପ୍ରସାଦଙ୍କୁ ପାଇ ନଥିଲେ। ଆଜି ସକାଳୁ ଛାତ୍ରଙ୍କ ମୃତଦେହ ଗଛତଳେ ପଡିଥିବା କିଛି ଲୋକ ଦେଖି ସ୍କୁଲକୁ ସୂଚନା ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ଛାତ୍ରଜଣକ ସେ ସ୍ଥାନକୁ ଗଲେ ଓ ପ୍ରାଣ ହରାଇଲେ ତାହା ଜଣାପଡିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe