Elephant Nature Park
ରାଉରକେଲା: ଲହୁଣୀପଡ଼ା ଟୋପାଡ଼ିହି କରମପଦା ମଧ୍ୟବର୍ତ୍ତୀ ଓଡିଶା ଝାଡ଼ଖଣ୍ଡ ସୀମାରେ ପୂର୍ବତନ ସମିତି ସଭ୍ୟ ବିମଲ ମୁଣ୍ଡାଙ୍କର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଦନ୍ତା ହାତୀଟି ମୃତକଙ୍କ ପାଖରେ ଜଗି ରହିଥିବାରୁ କେହି ତାଙ୍କ ନିକଟକୁ ଯିବାକୁ ସକ୍ଷମ ହୋଇ ପାରୁନାହାନ୍ତି। ମିଳିଥିବା ଖବର ଅନୁଯାୟୀ ବିମଳ କିରିବୁରୁରୁ କୌଣସି କାମ ସାରି ଅନ୍ୟ ଜଣେ ସାଙ୍ଗଙ୍କ ସହ ରାତିରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। କରମପଦା ନିକରେ ସେ ଏକ ଦନ୍ତା ସହ ମୁଁହମୁହିଁ ହୋଇ ଯାଇଥିଲେ। ହାତୀ ବିମଳଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା। ସାଥୀରେ ଥିବା ସାଙ୍ଗ ବାଇକ୍ ନେଇ ସେଠାରୁ ପଳାଇ ଯିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା ରହିଛି।
Follow Us