କଟକରେ ୨୫ ହଜାର ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

କଟକରେ ୨୫ ହଜାର ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟରେ ନୂଆ ୧୪୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୫୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୨୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫କୁ ବୃଦ୍ଧି ପାଇଛି।  ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୬୭୨, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୯,୯୩୭, ବରଗଡ଼ରୁ ୮,୪୨୫, ଭଦ୍ରକରୁ ୬,୬୦୯, ବଲାଙ୍ଗୀରରୁ ୬,୬୦୯, ବୌଦ୍ଧରୁ ୨,୪୮୪, କଟକରୁ ୨୫,୩୪୨, ଦେବଗଡ଼ରୁ୯୯୭, ଢେଙ୍କାନାଳରୁ ୪,୯୨୫, ଗଜପତିରୁ ୩,୮୨୭, ଗଞ୍ଜ‌ାମରୁ ୨୧,୦୫୭, ଜଗତ୍‌ସିଂହପୁରରୁ ୭,୧୭୪, ଯାଜପୁରରୁ ୧୦,୬୪୮, ଝାରସୁଗୁଡ଼ାରୁ ୬,୧୮୦, କଳାହାଣ୍ଡିରୁ ୪,୯୧୭, କନ୍ଧମାଳରୁ ୫,୫୭୪, କେନ୍ଦ୍ରାପଡ଼ାରୁ ୭,୨୯୦, କେନ୍ଦୁଝରରୁ ୬,୦୬୬, ଖୋର୍ଦ୍ଧାରୁ ୪୭,୬୫୧ କୋରାପୁଟରୁ ୭,୨୨୪, ମାଲକାନଗିରିରୁ ୪,୭୨୫, ମୟୂରଭଞ୍ଜରୁ ୧୦,୯୪୭, ନବରଙ୍ଗପୁରରୁ ୫,୧୨୬, ନୟାଗଡ଼ରୁ ୫,୮୪୨, ନୂଆପଡ଼ାରୁ ୫୫,୩୪୫, ପୁରୀରୁ ୧୨,୨୫୭, ରାୟଗଡ଼ରୁ ୮,୦୩୧, ସମ୍ବଲପୁରରୁ ୭,୮୩୩, ସୁବର୍ଣ୍ଣପୁରରୁ ୪,୩୨୬, ସୁନ୍ଦରଗଡ଼ରୁ ୧୦,୫୫୧, ଷ୍ଟେଟ୍‌ପୁଲ୍‌ରୁ ୭,୩୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe