ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯: ଜାଣନ୍ତୁ, ୨୯ଟି ଜିଲ୍ଲା ମଧ୍ୟରୁ କେଉଁଠାରେ କେତେ ଆକ୍ରାନ୍ତ ଏଯାବତ୍ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯: ଜାଣନ୍ତୁ, ୨୯ଟି ଜିଲ୍ଲା ମଧ୍ୟରୁ କେଉଁଠାରେ କେତେ ଆକ୍ରାନ୍ତ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୯୬ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି | ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ।

ଏବେ ଆସନ୍ତୁ ଜାଣିବା ୨୯ଟି ଜିଲ୍ଲା ମଧ୍ୟରୁ କେଉଁଠାରେ କେତେ ଆକ୍ରାନ୍ତ ଏଯାବତ୍ ଚିହ୍ନଟ ହୋଇଛନ୍ତି।

publive-image

ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୦୪, ବାଲେଶ୍ବରରେ ୧୪୬, ଯାଜପୁରରେ ୨୫୯ , କଟକରେ ୯୫, ସୁନ୍ଦରଗଡ଼ରେ ୪୮ , ପୁରୀରେ ୮୭, କେନ୍ଦ୍ରାପଡ଼ାରେ ୭୧, ଅନୁଗୁଳରେ ୨୫ ,ଖୋର୍ଦ୍ଧାରେ ୧୩୦, ଦେବଗଡ଼ରେ ୨୮ , ଭଦ୍ରକରେ ୧୦୬, ନୟାଗଡ଼ରେ ୬୫, ଜଗତସିଂହପୁରରେ ୬୬, ନୂଆପଡ଼ାରେ ୧୮, ବଲାଙ୍ଗୀରରେ ୬୯, ବୌଦ୍ଧରେ ୩୩, ଅନୁଗୁଳରେ ୨୫, କେନ୍ଦୁଝରରେ ୨୨, ମାଲକାନଗିରିରେ ୧୯, ମୟୂରଭଞ୍ଜରେ ୧୭, କଳାହାଣ୍ଡିରେ ୨୦, କନ୍ଧମାଳରେ ୧୩, ଗଜପତିରେ ୨୦, କୋରାପୁଟରେ ୭, ଢେଙ୍କାନାଳରେ ୧୮, ଝାରସୁଗୁଡ଼ାରେ ୭, ସମ୍ବଲପୁରରେ ୮ରେ ପହଞ୍ଚିଛି। ଅପରପକ୍ଷରେ ବରଗଡ଼ରେ ୨ରେ, ସୁବର୍ଣ୍ଣପୁର ଜିଲ୍ଲାରେ ୫ରେ  ନବରଙ୍ଗପୁରରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। କେବଳ ରାୟଗଡ଼ା ଜିଲ୍ଲାକୁ ଏଯାଏଁ କରୋନା ଛୁଇଁ ନାହିଁ।

ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୩୩ରେ ପହଞ୍ଚିଥିବା ବେଳେ ୯୭୭ଜଣ ସୁସ୍ଥ ହୋଇଛନ୍ତି। ଏବେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତେଣେ କରୋନା ବ୍ୟତୀତ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe