ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା: ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାର

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା: ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାର

ରାଉରକେଲା/କୋଇଡ଼ା: ଅଞ୍ଚଳବାସୀଙ୍କ ନିଦ ହଜାଇଛି ଗୋଠ ଛଡ଼ା ଦନ୍ତା। ଗତକାଲି ମଧ୍ୟରାତିରେ କୋଇଡା ବ୍ଲକରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଶଗଡଭଙ୍ଗା ଗ୍ରାମରେ ରାତ୍ରିଭୋଜନ ସାରି ଲୋକେ ଶୋଇ ରହିଥିଲେ। ଗୋଠଛଡ଼ା ଦନ୍ତା ହାତୀ ଆସି ଦୁଇ ତିନୋଟି ଘର ଭାଙ୍ଗିବା ସହ ପହଞ୍ଚିଥିଲା ମୋହନ ପଲେଇଙ୍କ ଘର ନିକଟରେ। ଘରେ ଥିବା ମୋହନ ଓ ତାଙ୍କ ସ୍ତ୍ରୀ ହାତୀ ଶବ୍ଦ ଶୁଣି ଘରୁ ବାହାରକୁ ପଳାଇବା ପାଇଁ ଉଦ୍ୟମ କରିଥିଲେ ହେଲେ ବାହାରୁ ବାହାରୁ ଦନ୍ତା ନିଜ ଦାନ୍ତରେ ମୋହନ ପଲେଇଙ୍କୁ କଚାଡି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

publive-image

ବନ ବିଭାଗ ଓ ପୁଲିସ ଟିମ୍ ପହଞ୍ଚି ହାତୀ ଘଉଡାଇବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ହେଲେ ଗୋଠ ଛଡା ଦନ୍ତା ହାତୀର ଉତ୍ପାତ ପୁଣି ଆରମ୍ଭ ହୋଇଥିବା ନେଇ ଅଞ୍ଚଳବାସୀ ଙ୍କ ମନରେ ଛନକା ପଶିଛି । ସେହିପରି ବଣାଇ ରେଞ୍ଜରେ ଲଗାତାର ତିନି ଦିନ ହୋଇଗଲା ଗୋଠ ଛଡା ଦନ୍ତା ହାତୀ ବନ ବିଭାଗ, ସ୍ଥାନୀୟ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ଏହି ଗୋଠଛଡା ଦନ୍ତା ହାତୀ ଏବେ ଜଙ୍ଗଲ ଛାଡି ଗାଁମୁହାଁ ହୋଇ କାହାର ଘର ଭାଙ୍ଗୁଛି ତ କାହାର ପନିପରିବା ନଷ୍ଟ କରୁଛିତ କାହାର ଘରୁ ଧାନ ଖାଉଛି। କୁଳିପୋଷ ର ଜଙ୍ଗଳା ଗ୍ରାମରେ ଉତ୍ପାତ କରି ଏବେ ବଣାଇ ରେଞ୍ଜର. ଜକେଇ କଳା,ବଡପୋଷ, ତଳିତା, ବାଘା ପାଲି, ଭାଙ୍ଗଡ଼ିହି ପ୍ରଭୁତି ଗ୍ରାମକୁ ଆସି ଉତ୍ପାତ ଚଳାଇ ଥିବା ବେଳେ ରାତିରେ ହାତୀ ଡରରେ ଘରେ ସତେ ଯେପରି ତାଟି କବାଟ ପଡିଯାଉଛି।

ଗତକାଲି ବିଳମ୍ୱତି ରାତିରେ ବନ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀ ନୂଆପାଲି ଅଞ୍ଚଳରେ ଚାରିଟି ଘର ଭାଙ୍ଗି ଦେଇଛନ୍ତି। ତଳିତା ଅଞ୍ଚଳ ରେ ୩ଟି ଘର ଭାଙ୍ଗିବା ଦେଖି ଯିଏ ଯୁଆଡେ ଦୌଡ଼ି ପଳାଇ ଥିଲେ। ହାତୀଟି ଏକୁଟିଆ ହୋଇଯାଇ ଥିବାରୁ ଏବେ ଘଉଡ଼ାଇବା ବେଳେ ଆକ୍ରମଣ କରିବାକୁ ଗୋଡାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe