ମହୀପାଣିରେ ହାତୀପଲଙ୍କ ଉତ୍ପାତ: ଭାଙ୍ଗିଲେ ଘର, ବର୍ତ୍ତିଲେ ବସ୍ତିବାସୀ

ମହୀପାଣିରେ ହାତୀପଲଙ୍କ ଉତ୍ପାତ: ଭାଙ୍ଗିଲେ ଘର, ବର୍ତ୍ତିଲେ ବସ୍ତିବାସୀ

ରାଉରକେଲା: ଗତ କିଛି ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ ମହୀପାଣିରେ ଝାରଖଣ୍ଡ ହାତୀପଲଙ୍କ ଉତ୍ପାତ ଜାରି ରହିଛିl ରାତି ହେଲେ ବସ୍ତିବାସୀଙ୍କ ଚିନ୍ତା ବଢୁଛିl ଗତକାଲି ରାତିରେ କିଛି ଦନ୍ତା ହାତୀ ମହିପାଣି ଗାଁକୁ ପଶିଥିଲେl ନିଶାମଣି ମାହାତୋ ସମେତ ବସ୍ତିର କିଛି ଘର ଭାଙ୍ଗି ଦେଇଛନ୍ତିl ନିକଟରେ ମେଳାରେ ଗାଁରେ କିଛି ଲୋକ ଯୋଗ ଦେଇଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତିl

publive-image

ଆଜି ସକାଳେ ବନ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇ କାମ ଜାରି ରଖିଛନ୍ତିl ଗତ କିଛି ଦିନ ତଳେ ମହିପାଣିରେ ରେଳଲାଇନ ପାରି ହେଉଥିଲା ବେଳେ ଟ୍ରେନ ଧକ୍କାରେ ଦୁଇ ମାଈ ହାତୀର ମୃତ୍ୟୁ ହୋଇଥିଲାl ଏହି ଘଟଣାରେ ବନ ବିଭାଗ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe