ସୁନ୍ଦରଗଡ଼ ସହର ନିକଟରେ ହାତୀପଲ: କୌଣସି କ୍ଷତିର ସୂଚନା ନାହିଁ

Advertisment
ସୁନ୍ଦରଗଡ଼ ସହର ନିକଟରେ ହାତୀପଲ: କୌଣସି କ୍ଷତିର ସୂଚନା ନାହିଁ

ସୁନ୍ଦରଗଡ଼: ସହର ନିକଟ ସୁବଳୟା ଜଙ୍ଗଲରୁ ଭୋଜପୁର ଦେଇ ଏକ ୬ଟିକିଆ ହାତୀପଲ ରାଜ୍ୟ ରାଜପଥ-୧୦ ବିଜୁ ଏକ୍ସପ୍ରେସ ୱେ ଅତିକ୍ରମ କରି ସବଡେଗା ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ହାତୀପଲ ରାସ୍ତା ପାର ହେଲାବେଳେ ଉଭୟ ପଟେ ଗାଡ଼ିମୋଟର ଅଟକି ରହିଥିଲା। ହାତୀମାନେ ସ୍ବଛନ୍ଦରେ ରାସ୍ତା ଅତିକ୍ରମ କରି ଚାଲି ଯାଇଥିଲେ।

ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ହାତୀପଲ ଉଡନଛୁ ମାରି ସାରିଥିଲେ। ତେବେ ହାତୀପଲ ଏଯାଏ କାହାର କୌଣସି କ୍ଷତି କରିନଥିବା ଖବର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe