ଝିରିପାଣି ହତ୍ୟାକାରୀକୁ ଏନକାଉଣ୍ଟର: ଅଭିଯୁକ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି

Advertisment
ଝିରିପାଣି ହତ୍ୟାକାରୀକୁ ଏନକାଉଣ୍ଟର: ଅଭିଯୁକ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ପୁଲିସ ସହ ଗୁଳି ବିନିମୟରେ ବାଞ୍ଛାନିଧି ତନ୍ତିଙ୍କ ହତ୍ୟାକାରୀ ଅଜିତ ଓରାମ ଆହତ ହୋଇଛି। ପୁଲିସ ଅଜିତ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଅଜିତକୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ,  ଝିରିପାଣିରେ ଗତକାଲି ଗୁଳିମାଡରେ ବାଞ୍ଛାନିଧି ତନ୍ତୀ ମୃତ୍ୟୁବରଣ କରିଥିଲେ। ଜମି ବିବାଦକୁ କେନ୍ଦ୍ରକରି ଅଜିତ ଓରାମ ନାମକ ଜଣେ ଯୁବକ ବାଞ୍ଛାନିଧିଙ୍କ ଉପରକୁ ଗୁଳି ଚଳାଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବାଞ୍ଛାନିଧିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଝିରିପାଣି ଅଞ୍ଚଳରେ ଗତକାଲିଠାରୁ ଉତ୍ତେଜନା ଲାଗି ରହିଥିଲା।

publive-image

ହତ୍ୟାକାରୀର ଗିରଫ ଦାବିରେ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ। ହତ୍ୟା ପରେ ଅଜିତ ଫେରାର ହୋଇଯାଇଥିଲା। ଆଜି ସକାଳେ ସୂଚନା ପାଇ ଅଜିତ ଲୁଚିଥିବା ଜଲଦା ଫାଣ୍ଡି ଏରିଆରେ ପୁଲିସ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଅଜିତ ଗୁଳି ଚଳାଇଥିଲେ। ପୁଲିସର ଜବାବ ଗୁଳିରେ ଶେଷରେ ଅଜିତ ଆହତ ହୋଇଥିଲା। ଅଜିତର ଗୋଡ଼ରେ ଗୁଳି ବାଜିଛି। ଏହି ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରହିଛି। କେବଳ ଏତିକି ନୁହେଁ ବିକ୍ଷୋଭକାରୀମାନେ ପ୍ରାୟ ୨ ଘଣ୍ଟା ଧରି କୋଏଲନଗର-ଝିରିପାଣି ମୁଖ୍ୟରାସ୍ତା ଅବରୋଧ କରାଯାଇଥିଲା। ଶେଷରେ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା। ପୁଲିସ ସ୍ବତନ୍ତ୍ର ଟିମ ଗଠନକରି ଅଭିଯୁକ୍ତ ଚୁନୁ ଓ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିଲା l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe