ସୁନ୍ଦରଗଡ଼: ସୁନ୍ଦରଗଡ ସିଂହାସନରେ ପୁଣିଥରେ ବସିପାରେ ବିଜେପି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୁଣିଥରେ ଦିଲ୍ଲୀ ଲଢେଇରେ ମାରିପାରନ୍ତି ବାଜି। ୨୦୧୪ ରେଜଲ୍ଟର ରିପିଟ୍ ୨୦୧୯ରେ ଦେଖିବାକୁ ମିଳିପାରେ। ବିଜେଡି ପାଇଁ ଏହି ଆସନ ପୁଣିଥରେ ଅପହଞ୍ଚ ପାଲଟିପାରେ। ସେହିଭଳି ୫ ବର୍ଷ ପରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସର ସ୍ୱପ୍ନ ପୁଣିଥରେ ମଉଳିପାରେ। ସୁନ୍ଦରଗଡରେ ଲୋକସଭା ଆସନରେ ବିଜେପି ବାଜି ମାରୁଥିବା ନେଇ ଏକଜିଟ୍ ପୋଲ୍ ଦର୍ଶାଉଥିବା ବେଳେ ଏହା ଅଧୀନରେ ଥିବା ବିଧାନସଭା ଆସନରେ ଜବରଦସ୍ତ ପ୍ରଦର୍ଶନ କରିପାରେ ବିଜେଡି।
/sambad/media/post_attachments/wp-content/uploads/2019/05/SUNDERGARH.jpg)
ସୁନ୍ଦରଗଡ ଲୋକସଭା ଅଧୀନରେ ଆସୁଥିବା ୭ଟି ଆସନ ମଧ୍ୟରୁ ୫ଟିରେ ବିଜେଡି ବାଜିମାତ କରିପାରେ। ସେହିଭଳି ବିଜେପିର ଆସନ ପୂର୍ବପେକ୍ଷା ଆଉ ଗୋଟିଏ ବୃଦ୍ଧି ପାଇପାରେ। ଖାସକରି ଗତଥର ମାତ୍ର ୨ଟି ଆସନରେ ସୀମିତ ଥିବା ବିଜେଡି ଚଳିତଥର ୫ ଆସନରେ ପହଞ୍ଚିପାରେ। ରାଉରକେଲାରେ ବିଜେପି, ବଣାଇଁରେ ସିପିଏମ ଓ ସୁନ୍ଦରଗଡରେ କଂଗ୍ରେସ ଗଡକୁ ଧ୍ୱସ୍ତ କରି ବିଜେଡି ଏଠାରେ ବିଜୟ ବାନା ଉଡାଇବାରେ ସକ୍ଷମ ହୋଇପାରେ।
ଅନ୍ୟପଟେ ତଳସରା ଓ ବୀରମିତ୍ରପୁରରେରେ ପ୍ରଥମ ଥର ପାଇଁ ଫୁଟିପାରେ ପଦ୍ମ। ଆଉ ଏହାସହ ୨୦୧୪ ତୁଳନାରେ ବିଜେପିକୁ ଗୋଟିଏ ସିଟ୍ ଅଧିକା ମିଳିପାରେ। ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି।
Follow Us