ନିକଲି ବିଦେଶୀ ମଦ ଜବତ: ବେପାରି ଗିରଫ

ନିକଲି ବିଦେଶୀ ମଦ ଜବତ: ବେପାରି ଗିରଫ

ରାଉରକେଲା: ସମ୍ବଲପୁର ଅବକାରୀ ଗୁଇନ୍ଦା ପୁଲିସ ସହରର ପାନପୋଷ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଵିଦେଶୀ ମଦ ଜବତ କରିଛି। ଘଟଣାସ୍ଥଳରୁ ବେପାରି ବିଶରାମ କୁଜୁରକୁ ଗିରଫ କରାଯାଇଛି। ତା ନିକଟରୁ ୮୩ ବୋତଲ (୬୩ ଲିଟର) ନକଲି ବିଦେଶୀ ମଦ ଜବତ ହୋଇଛି। ବିଶରାମ ଝାରଖଣ୍ଡରୁ ନକଲି ମଦ ଆଣି ସହରର ବିଭିନ୍ନ ଢ଼ାବା ଓ ହୋଟେଲକୁ ଯୋଗାଉଥିଲା।

ଗତ କିଛି ମାସ ଧରି ସେ ଏମିତି ନକଲି ମଦ ଚୋରା କାରବାର କରୁଥିବା ନେଇ ସମ୍ବଲପୁର ଗୁଇନ୍ଦା ଅବକାରୀ ପୁଲିସକୁ ସୂଚନା ମିଳିଥିଲା। ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳ ଓ ଇନ୍ସପେକ୍ଟର ଶଶୀକାନ୍ତ ଦତ୍ତଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳୁ ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe